‘ଆମ ବସ’ କର୍ମଚାରୀଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ
ଭୁବନେଶ୍ୱର : ଭୁବନେଶ୍ଵରରେ ଆମ ବସ୍ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ୍ ଆନ୍ଦୋଳନ। ଗଡ଼ୁନାହିଁ ୪୩ ଟି ଆମ ବସ । ଠିକ ସମୟରେ ଦରମା ନ ମିଳିବା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡ୍ରାଇଭର । ଆଜି ପୋଖରୀପୁଟ ଡିପୋର ୪୩ ଟି ବସର ଡ୍ରାଇଭର ଷ୍ଟିଅରିଂ ଛାଡ଼ିଛନ୍ତି। ଠିକ ସମୟରେ ଦରମା ନ ମିଳିବାରୁ ଘର ଚଳାଇବା ସମସ୍ୟା ହେଉଥିବା କହିଛନ୍ତି ସେମାନେ। କୌଣସି ସାମାଜିକ ସୁରକ୍ଷା ବିନା ଆମ ବସ ଚାଳକମାନେ ଗାଡ଼ି ଚଳାଉଛନ୍ତି । […]
ଭୁବନେଶ୍ୱର : ଭୁବନେଶ୍ଵରରେ ଆମ ବସ୍ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ୍ ଆନ୍ଦୋଳନ। ଗଡ଼ୁନାହିଁ ୪୩ ଟି ଆମ ବସ । ଠିକ ସମୟରେ ଦରମା ନ ମିଳିବା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡ୍ରାଇଭର । ଆଜି ପୋଖରୀପୁଟ ଡିପୋର ୪୩ ଟି ବସର ଡ୍ରାଇଭର ଷ୍ଟିଅରିଂ ଛାଡ଼ିଛନ୍ତି। ଠିକ ସମୟରେ ଦରମା ନ ମିଳିବାରୁ ଘର ଚଳାଇବା ସମସ୍ୟା ହେଉଥିବା କହିଛନ୍ତି ସେମାନେ। କୌଣସି ସାମାଜିକ ସୁରକ୍ଷା ବିନା ଆମ ବସ ଚାଳକମାନେ ଗାଡ଼ି ଚଳାଉଛନ୍ତି । ବର୍ତ୍ତମାନ ୪୨ ଦିନ ହୋଇଯାଇଥିଲେ ବି ଦରମା ପାଇନଥିବାରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିଛନ୍ତି। ଚକ୍ରା -ଇ ଟ୍ରାନ୍ସପୋର୍ଟକୁ ଦାୟିତ୍ୱ ଦେଇ ଥାର୍ଡ ପାର୍ଟି ଅଧୀନରେ ଡ୍ରାଇଭର ନିଯୁକ୍ତି କରିଥିବା ବେଳେ ଡ୍ରାଇଭରଙ୍କ ସାମାଜିକ ସୁରକ୍ଷା ବାବଦରେ କିଏ ଚିନ୍ତା କରିବ ବୋଲି ପ୍ରଶ୍ନ କରିଛନ୍ତି ଏହି ଡ୍ରାଇଭରମାନେ ।
ସୂଚନା ଅନୁସାରେ ପ୍ରତିମାସ ୧୦ ତାରିଖ ମଧ୍ୟରେ ଦରମା ମିଳିବା କଥା । ଗତମାସ ୧୧ ତାରିଖରେ ଦରମା ମିଳିଥିବା ବେଳେ ଏ ମାସରେ ଏପର୍ଯ୍ୟନ୍ତ ଦରମା ମିଳିନାହିଁ । ତିନିଦିନ ହେବ ଚକ୍ରା -ଇ ଟ୍ରାନ୍ସପୋର୍ଟ ପକ୍ଷରୁ ଭୁତାଉଛନ୍ତି କିନ୍ତୁ ଆକାଉଣ୍ଟକୁ ଟଙ୍କା ଆସୁନି । ଏମିତିକି ରେଷ୍ଟ ରୁମ ନାହିଁ, ଓଭର ଡ୍ୟୁଟିର ଚାପ ରହୁଛି, ୪ ଦିନ ସାପ୍ତାହିକ ଛୁଟି ମିଳୁନାହିଁ, ଇଏସଆଇ ମିଳୁନାହିଁ, କ୍ରୁଟ୍ ଦେଉଥିବା ଦରମା ମଧ୍ୟ ପାଉନଥିବା ଅଭିଯୋଗ କରିଛନ୍ତି କର୍ମଚାରୀ ।




