ହାତରେ ସିଗାରେଟ ଧରି ଲିଙ୍ଗରାଜ ମନ୍ଦିର ଭିତରେ ଫଟୋ ଭାଇରାଲ କଲେ ଯୁବକ

ଭୁବନେଶ୍ୱର : ପୁଣି ଭାଇରାଲ ହେଲା ଲିଙ୍ଗରାଜ ମନ୍ଦିର ଭିତର ବେଢାର ଫଟୋ । ମନ୍ଦିର ବେଢା ଭିତରେ ହାତରେ ସିଗାରେଟ ଧରି ବିନ୍ଦାସ ଠାଣିରେ ଫୋଟ ଉଠାଇ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଜଣେ ଯୁବକ । ଦେବୀ ୧୦୫ ନାମକ ଏକ ଇନଷ୍ଟା ଆଇଡିରେ ଏହି ଫଟୋ ଷ୍ଟାଟସ୍ ଦିଆଯାଇଛି । ଉକ୍ତ ଯୁବକ ଜଣଙ୍କ ହେଲେ ଦେବୀ ପ୍ରସାଦ ଦାସ । ଫଟୋଟିରେ ଯୁବକ ଜଣକ ଲିଙ୍ଗରାଜଙ୍କ ମନ୍ଦିର ରୋଷଘର ପାଖରେ ଛିଡ଼ା […]

Samaya Live Picture
Published On

ଭୁବନେଶ୍ୱର : ପୁଣି ଭାଇରାଲ ହେଲା ଲିଙ୍ଗରାଜ ମନ୍ଦିର ଭିତର ବେଢାର ଫଟୋ । ମନ୍ଦିର ବେଢା ଭିତରେ ହାତରେ ସିଗାରେଟ ଧରି ବିନ୍ଦାସ ଠାଣିରେ ଫୋଟ ଉଠାଇ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଜଣେ ଯୁବକ । ଦେବୀ ୧୦୫ ନାମକ ଏକ ଇନଷ୍ଟା ଆଇଡିରେ ଏହି ଫଟୋ ଷ୍ଟାଟସ୍ ଦିଆଯାଇଛି । ଉକ୍ତ ଯୁବକ ଜଣଙ୍କ ହେଲେ ଦେବୀ ପ୍ରସାଦ ଦାସ । ଫଟୋଟିରେ ଯୁବକ ଜଣକ ଲିଙ୍ଗରାଜଙ୍କ ମନ୍ଦିର ରୋଷଘର ପାଖରେ ଛିଡ଼ା ହୋଇ ସିଗାରେଟ ଟାଣୁଛନ୍ତି। ଅନ୍ୟ ଜଣେ କେହି ତାଙ୍କ ଫଟୋ ଉତ୍ତୋଳନ କରିଥିବା ଫଟୋରୁ ସ୍ପଷ୍ଟ ଜଣାପଡ଼ୁଛି ।

ଇନଷ୍ଟାଗ୍ରାମ ରେ ଏହି ଫଟୋ ଅପଲୋଡ୍ ହେବା ପରେ ଅନେକ ୟୁଜର ଏନେଇ ପ୍ରତିକ୍ରିୟା ରଖିଛନ୍ତି । ମନ୍ଦିର ପରିସରରେ ଏପରି କାର୍ଯ୍ୟ ନିନ୍ଦନୀୟ । ଏହାକୁ ନେଇ ବିଭିନ୍ନ ମହଲରେ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି । ଏନେଇ ଥାନାରେ ଅଭିଯୋଗ ହୋଇଛି କି ନାହିଁ ଏହା ଜଣାପଡ଼ି ନାହିଁ। ତେବେ ଫଟୋଟି କେବେକାର ବା କେତେ ଦିନର ତାହା ଜଣାପଡ଼ି ନଥିବାବେଳେ ଯୁବକ ଜଣଙ୍କ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ମିଳୁଛି । ଏହାକୁ ନେଇ ଯୁବକଙ୍କ ଗିରଫ ଦାବି କରିଛନ୍ତି ସେବାୟତ। ମନ୍ଦିର ଭିତରକୁ ସେ କିପରି ସାଗାରେଟ୍ ନେଲେ ତାକୁ ନେଇ ପ୍ରଶ୍ନ କରିଛନ୍ତି ସେବାୟତ।

ସୂଚନା ଥାଉକି ଗତ କିଛି ଦିନ ତଳେ ବଲିଉଡ ହିରୋଇନ ଶିଳ୍ପା ସେଟ୍ଟୀ ଲିଙ୍ଗରାଜ ମନ୍ଦିର ପରିସରରେ ଫଟୋ ଉଠାଇବା ନେଇ ବିବାଦ ଉପୁଜିଥିଲା। ତେବେ ମନ୍ଦିର ପରିସରରେ ଫଟୋ ଉଠାଇବା ନେଇ କଡା ପଦକ୍ଷେପ ପ୍ରସାଶନ ପକ୍ଷରୁ ନିଆଯାଉ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି ।

Tags: