ଏକତରଫା ପ୍ରେମରୁ ଯୁବକଙ୍କ ଛୁରାମାଡ଼

ବାସୁଦେବପୁର: ଏକତରଫା ପ୍ରେମରେ ବିଫଳ ହେବାରୁ ଯୁବକଙ୍କ ଛୁରାମାଡ଼ । ବିରୋଧ କରିବାରୁ ନାବାଳିକାଙ୍କ ବାପାଙ୍କ ବେକ କାଟିଦେଲା ପ୍ରେମିକ । ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଆରୁହା ପଞ୍ଚାୟତ କୁଞ୍ଛାଗଡ଼ିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ନାବାଳିକାଙ୍କ ବାପା ରାଜେନ୍ଦ୍ର ରାଉତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ଅନୁସାରେ, ରାଜେନ୍ଦ୍ର ରାଉତଙ୍କ ନାବାଳିକା ଝିଅକୁ ବରଣ୍ଡୁଆ ପଞ୍ଚାୟତ କେନାଲ ଆଡି ଗାଁ ର ଜଣେ ଯୁବକ ଏକତରଫା ପ୍ରେମ […]

ଏକତରଫା ପ୍ରେମରୁ ଯୁବକଙ୍କ ଛୁରାମାଡ଼
Samaya Live Picture
Published On

ବାସୁଦେବପୁର: ଏକତରଫା ପ୍ରେମରେ ବିଫଳ ହେବାରୁ ଯୁବକଙ୍କ ଛୁରାମାଡ଼ । ବିରୋଧ କରିବାରୁ ନାବାଳିକାଙ୍କ ବାପାଙ୍କ ବେକ କାଟିଦେଲା ପ୍ରେମିକ । ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଆରୁହା ପଞ୍ଚାୟତ କୁଞ୍ଛାଗଡ଼ିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ନାବାଳିକାଙ୍କ ବାପା ରାଜେନ୍ଦ୍ର ରାଉତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।

ଘଟଣା ଅନୁସାରେ, ରାଜେନ୍ଦ୍ର ରାଉତଙ୍କ ନାବାଳିକା ଝିଅକୁ ବରଣ୍ଡୁଆ ପଞ୍ଚାୟତ କେନାଲ ଆଡି ଗାଁ ର ଜଣେ ଯୁବକ ଏକତରଫା ପ୍ରେମ କରୁଥିଲା। ଝିଅର ବାପା ଏହାକୁ ବିରୋଧ କରିଆସୁଥିଲେ । ଏହି ଘଟଣାକୁ ନେଇ ପୂର୍ବରୁ ଯୁବକଙ୍କ ସହ ଝଗଡା ମଧ୍ୟ ହୋଇଥିଲା। ଆଜି ଝିଅକୁ ନେଇ ରାଜେନ୍ଦ୍ର ଟିଉସନ ପାଇଁ ତୁଳାମତୁଳା ବିଦ୍ୟାଳୟକୁ ଯାଇଥିଲେ । ଏହି ସମୟରେ ପୁଣି ଉକ୍ତ ଯୁବକ ଜଣକ ସେଠାରେ ପହଞ୍ଚିବାରୁ ରାଜେନ୍ଦ୍ରଙ୍କ ସହ ତାଙ୍କର ବଚସା ହୋଇଥିଲା । ଏହି ସମୟରେ ଯୁବକ ଜଣଙ୍କ ସାଙ୍ଗରେ ନେଇଥିବା ଛୁରୀରେ ରାଜେନ୍ଦ୍ରଙ୍କ ବେକ କାଟିଦେଇ ଚମ୍ପଟ ମାରିଥିଲା। ଚିତ୍କାର ଶୁଣି ପାଖ ଲୋକମାନେ ପହଞ୍ଚି ରାଜେନ୍ଦ୍ରଙ୍କୁ ଉଦ୍ଧାର କରି ଥାନାରେ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାଜେନ୍ଦ୍ରଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଇ ଯୁବକଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି ।

Tags: