ସଡ଼କ ଦୁର୍ଘଟଣାରେ ଯୁବକ ମୃତ ,ଅନ୍ୟ ଜଣେ ଗୁରୁତର
ଭୁବନେଶ୍ୱର :ସଡ଼କ ଦୁର୍ଘଟଣାରେ ଯୁବକ ମୃତ l ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ବମିଖାଲ ଓଭରବ୍ରିଜ ଉପରେ ସଡ଼କ ଦୁର୍ଘଟଣା l ସୂଚନାନୁସାରେ,ଗତକାଲି ଦୁଇଜଣ ଯୁବକ ବୁଲେଟରେ ଆସୁଥିବା ବେଳେ ବମିଖାଲ ଓଭର ବ୍ରିଜ ଡିଭାଇଡରରେ ବାଡେଇ ହୋଇ ତଳକୁ ଖସିପଡ଼ିଥିଲେ l ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ହୋଇଛନ୍ତି l ମୃତକ ଜଣକ ହେଲେ କେଦାରଗୌରି ବିହାର ଅଞ୍ଚଳର ସବ୍ୟସାଚୀ ପୃଷ୍ଟି l ଗୁରୁତର ଯୁବକ ହେଲେ […]
ଭୁବନେଶ୍ୱର :ସଡ଼କ ଦୁର୍ଘଟଣାରେ ଯୁବକ ମୃତ l ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ବମିଖାଲ ଓଭରବ୍ରିଜ ଉପରେ ସଡ଼କ ଦୁର୍ଘଟଣା l
ସୂଚନାନୁସାରେ,ଗତକାଲି ଦୁଇଜଣ ଯୁବକ ବୁଲେଟରେ ଆସୁଥିବା ବେଳେ ବମିଖାଲ ଓଭର ବ୍ରିଜ ଡିଭାଇଡରରେ ବାଡେଇ ହୋଇ ତଳକୁ ଖସିପଡ଼ିଥିଲେ l ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ହୋଇଛନ୍ତି l ମୃତକ ଜଣକ ହେଲେ କେଦାରଗୌରି ବିହାର ଅଞ୍ଚଳର ସବ୍ୟସାଚୀ ପୃଷ୍ଟି l ଗୁରୁତର ଯୁବକ ହେଲେ ସୁନ୍ଦରପଦାର ସମିତ କୁମାର ପାତ୍ର l ତେବେ ଚିକିତ୍ସା ପାଇଁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି l ଘଟଣାସ୍ଥଳରୁ ଯୁବକଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି ଲକ୍ଷ୍ମୀ ସାଗର ଥାନା ପୋଲିସ l




