ଗୋରୁ ବୋଝେଇ ପିକ-ଅପ ଭ୍ୟାନ ଧକ୍କାରେ ଯୁବକ ମୃତ
ଝାରସୁଗୁଡା : ଝାରସୁଗୁଡ଼ା ଜିଲ୍ଲା ଜାତୀୟ ରାଜପଥ-୪୯ ଲଖନପୁର କୁଡାଲୋଇ ନିକଟରେ ପିକଅପ ଭ୍ୟାନ ଦୁର୍ଘଟଣା । ଏକ ଗୋରୁ ବୋଝେଇ ପିକଅପ ଭ୍ୟାନ ଘରର କାନ୍ଥକୁ ଧକ୍କା ଦେଇ ଓଲଟି ପଡିଥିଲା I ରାଏଗଡ଼I ପଟରୁ ଝାରସୁଗୁଡ଼ା ଆଡ଼କୁ ଯାଉଥିବା ବେଆଇନ ଗୋ ଚାଲାଣ କରୁଥିବା ଓଡି୧୪ଇ ୨୧୭୦ ନମ୍ବର ବିଶିଷ୍ଟ ଏକ ପିକଅପ୍ ଧକ୍କାରେ କୁଡ଼ାଲୋଇ ନିବାସୀ ପଦ୍ମଲୋଚନ ଗରଡ଼ିଆ(୩୪)ଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ରହିଛି […]
ଝାରସୁଗୁଡା : ଝାରସୁଗୁଡ଼ା ଜିଲ୍ଲା ଜାତୀୟ ରାଜପଥ-୪୯ ଲଖନପୁର କୁଡାଲୋଇ ନିକଟରେ ପିକଅପ ଭ୍ୟାନ ଦୁର୍ଘଟଣା । ଏକ ଗୋରୁ ବୋଝେଇ ପିକଅପ ଭ୍ୟାନ ଘରର କାନ୍ଥକୁ ଧକ୍କା ଦେଇ ଓଲଟି ପଡିଥିଲା I ରାଏଗଡ଼I ପଟରୁ ଝାରସୁଗୁଡ଼ା ଆଡ଼କୁ ଯାଉଥିବା ବେଆଇନ ଗୋ ଚାଲାଣ କରୁଥିବା ଓଡି୧୪ଇ ୨୧୭୦ ନମ୍ବର ବିଶିଷ୍ଟ ଏକ ପିକଅପ୍ ଧକ୍କାରେ କୁଡ଼ାଲୋଇ ନିବାସୀ ପଦ୍ମଲୋଚନ ଗରଡ଼ିଆ(୩୪)ଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ରହିଛି I
ସୂଚନାନୁସାରେ,ବେଆଇନ ଭାବରେ ପ୍ରାୟ ୧୦-୧୨ ଟି ଗୋରୁ ନେଇ ପିକ ଅପ ଗାଡି ରାୟଗଡ ପଟୁ ଝାରସୁଗୁଡା ପଟକୁ ଆସୁଥିଲା । ତେବେ ଏନେଇ ଖବର ପାଇ କିଛି ଯୁବକ କୁଡାଲୋଇ ନିକଟରେ ଗାଡିକୁ ରୋକିବାକୁ ଚେଷ୍ଟା କରିଥିଲେ। ତେବେ ଗାଡି ରୋକିବା ପରିବର୍ତ୍ତେ ଫେରାର ହେବାକୁ ଚେଷ୍ଟା କରି ପଦ୍ମଲୋଚନ ଗର୍ଡିଆଙ୍କୁ ଧକ୍କା ଦେବାସହ ନିକଟସ୍ଥ ଏକ ଘରର କାନ୍ଥକୁ ଧକ୍କା ଦେଇ ଓଲଟି ପଡିଥିଲା। ପଦ୍ମଲୋଚନ ଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଂଚଳରେ ଉତେଜନା ଦେଖା ଦେଇଥିଲା I ଲଖନପୁର ଅତିରିକ୍ତ ତହସିଲଦାର ସଞ୍ଜୀବ ଷଡ଼ଙ୍ଗୀ ଓ ବ୍ରଜରାଜନଗର ପୁଲିସ ଡିଏସପି ଚିନ୍ତାମଣି ପ୍ରଧାନ ପହଁଚି ଲୋକମାନଙ୍କୁ ବୁଝାସୁଝା କରୁଥିବା ଜଣା ପଡିଛି I




