ମର୍ଣ୍ଣିଙ୍ଗ ୱାକରେ ଯାଇ ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ
ଡୁଙ୍ଗୁରିପାଲି : ମର୍ଣ୍ଣିଙ୍ଗ ୱାକ ହେଲା କାଳ I ସବୁ ଦିନ ପରି ମର୍ଣ୍ଣିଙ୍ଗ ୱାକ ରେ ଯାଇ ରେଳ ଲାଇନ୍ ପାର୍ ହେଉଥିବା ସମୟରେ ଧକ୍କା ଦେଲା ଟ୍ରେନ I ଘଟଣାସ୍ଥଳରେ ଚାଲିଗଲା ଯୁବକଙ୍କ ଜୀବନ I ଯୁବକ ଜଣକ ହେଲେ ବଲାଙ୍ଗିର ଜିଲ୍ଲା ସାଲେଭଟା ଗାଁର ବାଲଗୋପାଲ ମିଶ୍ରଙ୍କ ପୁଅ ଅବିନାଶ ମିଶ୍ର। ସୁଆଜି ସକାଳେ ବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ରେଲୱେ ଷ୍ଟେସନରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ଆଜି ଭୋରରୁ […]
ଡୁଙ୍ଗୁରିପାଲି : ମର୍ଣ୍ଣିଙ୍ଗ ୱାକ ହେଲା କାଳ I ସବୁ ଦିନ ପରି ମର୍ଣ୍ଣିଙ୍ଗ ୱାକ ରେ ଯାଇ ରେଳ ଲାଇନ୍ ପାର୍ ହେଉଥିବା ସମୟରେ ଧକ୍କା ଦେଲା ଟ୍ରେନ I ଘଟଣାସ୍ଥଳରେ ଚାଲିଗଲା ଯୁବକଙ୍କ ଜୀବନ I ଯୁବକ ଜଣକ ହେଲେ ବଲାଙ୍ଗିର ଜିଲ୍ଲା ସାଲେଭଟା ଗାଁର ବାଲଗୋପାଲ ମିଶ୍ରଙ୍କ ପୁଅ ଅବିନାଶ ମିଶ୍ର। ସୁଆଜି ସକାଳେ ବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ରେଲୱେ ଷ୍ଟେସନରେ ଏହି ଦୁର୍ଘଟଣା ଘଟିଛି ।
ସୂଚନା ଅନୁସାରେ, ଆଜି ଭୋରରୁ ଅବିନାଶ ଘରୁ ମର୍ଣ୍ଣିଂ ୱାର୍କରେ ବାହାରିଥିଲେ । ଡୁଙ୍ଗୁରିପାଲି ରାମପୁର ରାସ୍ତାର ଡୁଙ୍ଗୁରିପାଲି ରେଲୱେ କ୍ରସିଂ ଫାଟକ ଟ୍ରେନ ଆସିବା ପାଇଁ ବନ୍ଦ ଥିଲା । ହେଲେ ଅବିନାଶ ଫାଟକ ଭିତରକୁ ପଶି ଏପଟରୁ ସେପଟକୁ ଯାଉଥିବା ବେଳେ ବରପାଲି ପଟରୁ ଆସୁଥିବା ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା ଓ ସେ ଟ୍ରାକ୍ ବାହାରକୁ ଛିଟିକି ପଡ଼ିଥିଲେ । ତାଙ୍କ ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅବିନାଶଙ୍କ ଘର ବଲାଙ୍ଗିର ଜିଲ୍ଲା ସାଲେଭଟାରେ ହୋଇଥିବା ବେଳେ ସେ ଡୁଙ୍ଗୁରିପାଲିରେ ଏକ ଭଡ଼ା ଘରେ ତାଙ୍କ ସ୍ତ୍ରୀଙ୍କ ସହ ରହୁଥିଲେ।




