ମୋବାଇଲ ଗେମ୍‌ରେ ହାରି ବେକ କାଟିଲେ ଯୁବକ

ଅନୁଗୁଳ : ମୋବାଇଲ ଗେମ ହେଲା କାଳ I ଗେମ ଖେଳି ହାରିଯିବାରୁ ନିଜ ବେକ କାଟିଲେ ଯୁବକ I ଏହି ଅଘଟଣ ଘଟିଛି ଅନୁଗୁଳ ଜିଲ୍ଲା ଜରପଡା ଥାନା ଜେରଙ୍ଗ ଗାଁରେ I ଯୁବକ ଜଣକ ହେଉଛନ୍ତି ସୌମ୍ୟରଞ୍ଜନ ନାଏକ I ବୟସ ୨୪ ବର୍ଷ I ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରାଯାଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି I ସୂଚନାନୁସାରେ,ଗତକାଲି ସୌମ୍ୟରଞ୍ଜନ ନିଜ ମୋବାଇଲରେ ଫ୍ରି ଫାୟାର ନାମକ ଗେମ୍‌ […]

Samaya Live Picture
Published On

ଅନୁଗୁଳ : ମୋବାଇଲ ଗେମ ହେଲା କାଳ I ଗେମ ଖେଳି ହାରିଯିବାରୁ ନିଜ ବେକ କାଟିଲେ ଯୁବକ I ଏହି ଅଘଟଣ ଘଟିଛି ଅନୁଗୁଳ ଜିଲ୍ଲା ଜରପଡା ଥାନା ଜେରଙ୍ଗ ଗାଁରେ I ଯୁବକ ଜଣକ ହେଉଛନ୍ତି ସୌମ୍ୟରଞ୍ଜନ ନାଏକ I ବୟସ ୨୪ ବର୍ଷ I ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରାଯାଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି I

ସୂଚନାନୁସାରେ,ଗତକାଲି ସୌମ୍ୟରଞ୍ଜନ ନିଜ ମୋବାଇଲରେ ଫ୍ରି ଫାୟାର ନାମକ ଗେମ୍‌ ଖେଳୁଥିଲେ। ମାତ୍ର ଲଗାତର ଭାବେ ୩ଟି ମ୍ୟାଚ ହାରି ଯିବାରୁ ସେ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଲେ। ଏହାପରେ ଏକ ବ୍ଲେଡ ସାହାଯ୍ୟରେ ସେ ନିଜ ବେକ କାଟି ଦେଇଥିଲେ I ଏନେଇ ତାଙ୍କ ଭାଇ ଚିତ୍ରସେନ କହିଛନ୍ତି I ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି I

ଅନ ଲାଇନ ଗେମ ଜନିତ ଆତ୍ମହତ୍ୟା ବଢିବା ପରେ କେନ୍ଦ୍ର ସରକାର ବ୍ଲୁ ହୂଏଲ,ପବ-ଜି ଭଳି ଗେମିଙ୍ଗ ଆପକୁ ଭାରତରୁ ବ୍ୟାନ କରିଥିବାବେଳେ,ଅନ ଲାଇନ ସାଇଟରେ ଏହାର ବିକଳ୍ପ ଗେମିଙ୍ଗ ଆପ ସହଜରେ ଉପଲବ୍ଧ ହେଉଥିବାରୁ ଯୁବକ ମାନେ ଏହାକୁ ଡାଉନଲୋଡ଼ କରି ମୃତ୍ୟୁ ପଞ୍ଝାରେ କବଳିତ ହେଉଛନ୍ତି I

Tags: