ମହାନଦୀ କୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ
କଟକ : କଟକ ଯୋବ୍ରା ବ୍ୟାରେଜ୍ ମହାନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ମହାନଦୀଙ୍କୁ ଡେଇଁବା ପରେ ମହିଳା ଜଣଙ୍କ ଭାସି ଯାଉଥିବା ଦେଖି ବ୍ୟାରେଜ ନିକଟର ପାର୍କର ସୁପରଭାଇଜର ତୁରନ୍ତ ନଦୀ ଭିତରକୁ ଡେଇଁ ମହିଳାଙ୍କୁ ଉଦ୍ଧାର କରିଛନ୍ତି I ଏହାପରେ ଖବର ପାଇ ଅଗ୍ନିଶମ ବାହିନୀ ସହାୟତାରେ ମହିଳାଙ୍କୁ ଉପରକୁ ଆଣିଥିଲେ । ଏହାପରେ ମହିଳା ଜଣଙ୍କ ଚିକିତ୍ସା ପାଇଁ ଏସସିବି ମେଡିକାଲ ପଠାଇଛି ପୁଲିସ । ମହିଳାଙ୍କ ଘର ଚୌଦ୍ୱାର ଅଂଚଳ […]
କଟକ : କଟକ ଯୋବ୍ରା ବ୍ୟାରେଜ୍ ମହାନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ମହାନଦୀଙ୍କୁ ଡେଇଁବା ପରେ ମହିଳା ଜଣଙ୍କ ଭାସି ଯାଉଥିବା ଦେଖି ବ୍ୟାରେଜ ନିକଟର ପାର୍କର ସୁପରଭାଇଜର ତୁରନ୍ତ ନଦୀ ଭିତରକୁ ଡେଇଁ ମହିଳାଙ୍କୁ ଉଦ୍ଧାର କରିଛନ୍ତି I
ଏହାପରେ ଖବର ପାଇ ଅଗ୍ନିଶମ ବାହିନୀ ସହାୟତାରେ ମହିଳାଙ୍କୁ ଉପରକୁ ଆଣିଥିଲେ । ଏହାପରେ ମହିଳା ଜଣଙ୍କ ଚିକିତ୍ସା ପାଇଁ ଏସସିବି ମେଡିକାଲ ପଠାଇଛି ପୁଲିସ । ମହିଳାଙ୍କ ଘର ଚୌଦ୍ୱାର ଅଂଚଳ ହୋଇଥିବା ପ୍ରାଥମିକ ସୂଚନା ମିଳିଛି । ମହିଳା ଜଣଙ୍କ କାହିଁକି ଓ କେଉଁ କାରଣରୁ ଆତ୍ମହତ୍ୟା ଉଦ୍ୟମ କଲେ ତାହା ସ୍ପଷ୍ଟ ହୋଇନାହିଁ ।




