ଛାତରୁ ମିଳିଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ

ଭୋଗରାଇ: ଛାତରୁ ମିଳିଲା ଜଣେ ବିବାହିତା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ଅନ୍ତର୍ଗତ ଦେହୁର୍ଦା ପଞ୍ଚାୟତ ଜୟନଗର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ମହିଳାଙ୍କ ନାମ ମିଲି ପରିଡା ତାଙ୍କ ସ୍ୱାମୀଙ୍କ ନାମ ଭାଗିରଥ ପରିଡା । ତେବେ ଏହା ହତ୍ୟା କି ଆତ୍ମହତ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନଥିବା ବେଳେ ବାପଘର ଲୋକେ ଏହାକୁ ଏକ ଯୌତୁକ ଜନିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି । […]

Samaya Live Picture
Published On

ଭୋଗରାଇ: ଛାତରୁ ମିଳିଲା ଜଣେ ବିବାହିତା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ଅନ୍ତର୍ଗତ ଦେହୁର୍ଦା ପଞ୍ଚାୟତ ଜୟନଗର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ମହିଳାଙ୍କ ନାମ ମିଲି ପରିଡା ତାଙ୍କ ସ୍ୱାମୀଙ୍କ ନାମ ଭାଗିରଥ ପରିଡା । ତେବେ ଏହା ହତ୍ୟା କି ଆତ୍ମହତ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନଥିବା ବେଳେ ବାପଘର ଲୋକେ ଏହାକୁ ଏକ ଯୌତୁକ ଜନିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି ।
ଘଟଣାରୁ ପ୍ରକାଶ ଯେ, ଦେହୁର୍ଦା ପଞ୍ଚାୟତର ଜୟନଗର ଗ୍ରାମର ହେମନ୍ତ ପରିଡାଙ୍କ ପୁଅ ଭାଗିରଥ ପରିଡା ସାତ ବର୍ଷ ପୂର୍ବେ ମିଲିଙ୍କୁ ବିବାହ କରିଥିଲେ । ଦୁହିଙ୍କର ଗୋଟିଏ ୬ବର୍ଷର ପୁଅ ଓ୨ ବର୍ଷର ଝିଅ ରହିଛି । ମିଲିଙ୍କୁ ଅନେକ ସମୟରେ ଶାଶୁଘର ପକ୍ଷରୁ ଯୌତୁକ ନିର୍ଯ୍ୟାତନା ଦିଆଯାଉଥିବା ଜଣାପଡିଛି । ଶାଶୁ, ଶ୍ୱଶୁରଙ୍କ ସହ ସ୍ୱାମୀଙ୍କର ମଧ୍ୟ ସହଯୋଗ ରହିଥିବା ନେଇ ବାପଘର ପକ୍ଷରୁ ଅଭିଯୋଗ ହୋଇଛି । ଯୌତୁକ ନିର୍ଯ୍ୟାତନା ଅଧିକ ହେବାରୁ ମିଲି ମଝିରେ ନିଜ ପିଲାମାନଙ୍କୁ ନେଇ ବାପଘରକୁ ଚାଲିଯାଇଥିଲେ । ପୁଣି ତାଙ୍କୁ ବୁଝାସୁଝା କରି ସ୍ୱାମୀ ନେଇ ଆଣିଥିଲେ ।ଗତକାଲି ରାତିରେ ସ୍ୱାମୀଙ୍କ ଅନୁପସ୍ଥିତିରେ ମିଲି ଖାଇପିଇ ଶୋଇଥିଲେ । କିନ୍ତୁ ଆଜି ସକାଳେ ଛାତ ଉପରୁ ତାଙ୍କର ଅର୍ଦ୍ଧଦଗ୍ଧ ମୃତ ଦେହ ମିଳିବା ପରେ କିପରି ତାଙ୍କର ଚିତ୍କାର ଶୁଣି ପାରିଲେ ନାହିଁ ଘର ଲୋକ ଏନେଇ ସନ୍ଦେହ ସୃଷ୍ଟି ହୋଇଛି । ଘଟଣା ସ୍ଥଳରେ ପୋଲିସ୍‌ ପହଞ୍ଚି ତଦନ୍ତ କରୁଛି ।

Tags: