ଚପଲ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ
ବାଲେଶ୍ୱର : ବାଲେଶ୍ୱର ସହର ଅରଡବଜାରେ ଥିବା ଏକ ଚପଲ ଗୋଦାମରେ ଅଗ୍ନିକାଣ୍ଡ। ଗୋଦାମ ରେ ନିଆଁ ଲାଗିଯିବା ଫଳରେ ଲକ୍ଷାଧିକ ଟଙ୍କାର ଜୋତା ପୋଡି ନଷ୍ଟ ହୋଇଯାଇଛି। ନିଆଁକୁ ଆୟତ୍ତ କରିବାକୁ ପ୍ରଥମେ ସ୍ଥାନୀୟ ଲୋକେ ଉଦ୍ୟମ କରିଥିବା ବେଳେ ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅନ୍ୟପଟେ ନିଆଁ ଲିଭାଇବାକୁ ଯାଇ ଜଣେ ଯୁବକ ଅସୁସ୍ଥ ଅନୁଭବ କରିବାରୁ ଯୁବକ ଜଣଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି […]
ବାଲେଶ୍ୱର : ବାଲେଶ୍ୱର ସହର ଅରଡବଜାରେ ଥିବା ଏକ ଚପଲ ଗୋଦାମରେ ଅଗ୍ନିକାଣ୍ଡ। ଗୋଦାମ ରେ ନିଆଁ ଲାଗିଯିବା ଫଳରେ ଲକ୍ଷାଧିକ ଟଙ୍କାର ଜୋତା ପୋଡି ନଷ୍ଟ ହୋଇଯାଇଛି। ନିଆଁକୁ ଆୟତ୍ତ କରିବାକୁ ପ୍ରଥମେ ସ୍ଥାନୀୟ ଲୋକେ ଉଦ୍ୟମ କରିଥିବା ବେଳେ ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅନ୍ୟପଟେ ନିଆଁ ଲିଭାଇବାକୁ ଯାଇ ଜଣେ ଯୁବକ ଅସୁସ୍ଥ ଅନୁଭବ କରିବାରୁ ଯୁବକ ଜଣଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଛି ।
ସୂଚନାନୁସାରେ,ନୂଆବଜାରରେ ମହମ୍ମଦ ଆବଦିନଙ୍କ ଘରେ ଅମଯାଦ ଖାନ ନାମକ ଜଣେ ବ୍ୟକ୍ତି ଚପଲ ଗୋଦାମ କରିଥିବା ବେଳେ କୌଣସି କାରଣରୁ ସେଥିରେ ନିଆଁ ଲାଗିଥିଲା। ତେବେ ଜୋତା ଦୋକାନରେ ଅଗ୍ନିକାଣ୍ଡ ଘଟିବାର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ବାଲେଶ୍ୱର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି I




