ଗାର୍ମେଣ୍ଟ ସୋରୁମରେ ଭୟାବହ ଅଗ୍ନିକାଣ୍ଡ,୨କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଧ୍ୱଂସ
ନୟାଗଡ଼ : ନୟାଗଡ଼ ଖଣ୍ଡପଡାରେ ଥିବା ଶାମ ଗାର୍ମେଣ୍ଟ ସୋ-ରୁମରେ ଭୟାବହ ଅଗ୍ନିକାଣ୍ଡ I ଗତ ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିଲା I ଏଥିରେ ସୋ-ରୁମରେ ଥିବା ପାଖାପାଖି ୨ କୋଟି ଟଙ୍କାର ସମ୍ପତି ପୋଡି ନଷ୍ଟ ହୋଇ ଯାଇଛି I ଖବର ପାଇ ନିଆଁଲିଭା କାର୍ଯ୍ୟରେ ୪ ଟି ଦମକଳ ସହିତ ୩୦ ରୁ ଉର୍ଦ୍ଧ୍ବ କର୍ମଚାରୀ ନିୟୋଜିତ ହୋଇଥିଲେ I ସୂଚନାନୁସାରେ,ଗତକାଲି ବିଳମ୍ବିତ ରାତିରେ ଦୋକାନରୁ ଧୂଆଁ ବାହାରୁଥିବାର ଦେଖି ସ୍ଥାନୀୟ ଲୋକେ ମାଲିକଙ୍କ […]
ନୟାଗଡ଼ : ନୟାଗଡ଼ ଖଣ୍ଡପଡାରେ ଥିବା ଶାମ ଗାର୍ମେଣ୍ଟ ସୋ-ରୁମରେ ଭୟାବହ ଅଗ୍ନିକାଣ୍ଡ I ଗତ ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିଲା I ଏଥିରେ ସୋ-ରୁମରେ ଥିବା ପାଖାପାଖି ୨ କୋଟି ଟଙ୍କାର ସମ୍ପତି ପୋଡି ନଷ୍ଟ ହୋଇ ଯାଇଛି I ଖବର ପାଇ ନିଆଁଲିଭା କାର୍ଯ୍ୟରେ ୪ ଟି ଦମକଳ ସହିତ ୩୦ ରୁ ଉର୍ଦ୍ଧ୍ବ କର୍ମଚାରୀ ନିୟୋଜିତ ହୋଇଥିଲେ I
ସୂଚନାନୁସାରେ,ଗତକାଲି ବିଳମ୍ବିତ ରାତିରେ ଦୋକାନରୁ ଧୂଆଁ ବାହାରୁଥିବାର ଦେଖି ସ୍ଥାନୀୟ ଲୋକେ ମାଲିକଙ୍କ ସହିତ ଦମକଳ ଖବର ଦେଇଥିଲେ I ନିଆଁର ଭୟାବହତାକୁ ଦେଖି ନୟାଗଡ଼,ନୂଆଗାଁ ଓ ଖଣ୍ଡପଡ଼ାରୁ ୪ଟି ଦମକଳ ଏବଂ ୩୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ଆସି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲା l ତେବେ ଦୋକାନ ବନ୍ଦ ଥିବାରୁ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇ ପଡିଥିଲା I ଦୀର୍ଘ ସମୟର କସରତ ପରେ ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ ବାହିନୀ । ନିଆଁ ଲିଭିବା ପରେ ଜେସିବି ସାହାଯ୍ୟରେ ଦୋକାନ ଘର କାନ୍ଥ ଭାଙ୍ଗି କ୍ଷୟକ୍ଷତିର ଆକଳନ କରାଯାଇଥିଲା I ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିଲେ ମଧ୍ୟ ବିଦ୍ୟୁତ ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି I




