ଦୀପାବଳି ରାତିରେ ରାଜଧାନୀରେ ୨ ଟି ସ୍ଥାନରେ ଭୟାବହ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷତି

ଭୁବନେଶ୍ୱର : ଦୀପାବଳି ରାତିରେ ରାଜଧାନୀବାସୀ ଆଲୋକପର୍ବରେ ମସଗୁଲ ଥିବାବେଳେ ୨ଟି ସ୍ଥାନରେ ଘଟି ଯାଇଛି ଭୟାବହ ଅଗ୍ନିକାଣ୍ଡ । ୧ ନମ୍ବର ହାଟ ଭୂତଳ ମାର୍କେଟରେ ଥିବା ଶାଢ଼ୀ ଦୋକାନରେ ଅଗ୍ନିକାଣ୍ଡ ଘଟିଥିବାବେଳେ,ବାପୁଜୀ ନଗରରେ ଥିବା ଏକ ସାଇକେଲ ଦୋକାନରେ ନିଆଁ ଲାଗି ଅନ୍ୟ ଦୋକାନ ଗୁଡିକୁ ବ୍ୟାପି ବ୍ୟାପକ କ୍ଷତି ହୋଇଛି । ପ୍ରଥମେ ୧ ନମ୍ବର ହାଟ ୨୩ ନାମର ଶାଢ଼ୀ ଦୋକାନରେ ନିଆଁ ଲାଗି ଏହାଅନ୍ୟ ଦୋକାନକୁ ବ୍ୟାପି ଯାଇଥିଲା । […]

Samaya Live Picture
Published On

ଭୁବନେଶ୍ୱର : ଦୀପାବଳି ରାତିରେ ରାଜଧାନୀବାସୀ ଆଲୋକପର୍ବରେ ମସଗୁଲ ଥିବାବେଳେ ୨ଟି ସ୍ଥାନରେ ଘଟି ଯାଇଛି ଭୟାବହ ଅଗ୍ନିକାଣ୍ଡ । ୧ ନମ୍ବର ହାଟ ଭୂତଳ ମାର୍କେଟରେ ଥିବା ଶାଢ଼ୀ ଦୋକାନରେ ଅଗ୍ନିକାଣ୍ଡ ଘଟିଥିବାବେଳେ,ବାପୁଜୀ ନଗରରେ ଥିବା ଏକ ସାଇକେଲ ଦୋକାନରେ ନିଆଁ ଲାଗି ଅନ୍ୟ ଦୋକାନ ଗୁଡିକୁ ବ୍ୟାପି ବ୍ୟାପକ କ୍ଷତି ହୋଇଛି ।

ପ୍ରଥମେ ୧ ନମ୍ବର ହାଟ ୨୩ ନାମର ଶାଢ଼ୀ ଦୋକାନରେ ନିଆଁ ଲାଗି ଏହାଅନ୍ୟ ଦୋକାନକୁ ବ୍ୟାପି ଯାଇଥିଲା । ରାତି ସାଢେ ୧୧ ଟାରୁ ଆରମ୍ଭ ହୋଇ ସାଢେ ୨ ଟା ପର୍ଯ୍ୟନ୍ତ ଜଳିଥିଲା ଦୋକାନ । ବିଳମ୍ବିତ ରାତିରେ ଭୂତଳ ବଜାରରୁ ନିଆଁ ଓ ଧୂଆଁ ବାହାରି ସମଗ୍ର ରାଜମହଲରୁ ଏଜି ଛକ ରାସ୍ତାକୁ ଧୁଆଁମୟ କରି ରଖିଥିଲା । ତେବେ ଏହି ମାର୍କେଟରେ ପୂରା ସେଣ୍ଟ୍ରାଲ ଏସି ଥିବାରୁ ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀ ନାକେଦମ ହୋଇଥିଲା । ଦୁଇଟି ଅଗ୍ନିଶମ ଟିମ୍‌ ପ୍ରାୟ ୬ ଘଣ୍ଟାର କସରତ ପରେ ନିଆଁକୁ ଆୟତ୍ତ କରିଥିଲା । ପାଖରେ ମାର୍କେଟ ବିଲ୍ଡିଂ, ହାଟ ଏବଂ ପେଟ୍ରୋଲ ପମ୍ପ ଥିବା ଯୋଗୁଁ ଲୋକଙ୍କ ନିରାପତ୍ତା ପାଇଁ ରାତି ତମାମ ଜଗିଲେ କ୍ୟାପିଟାଲ ଥାନାର ଅଧିକାରୀ ଓ କର୍ମଚାରୀ ସମେତ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ।

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ୧ ନମ୍ବର ହାଟ ଭୂତଳ ମାର୍କେଟରେ ଲାଗିଥିଲା ନିଆଁ । ପ୍ରଥମେ ୨୩ ନମ୍ବର ଦୋକାନରୁ ନିଆଁ ଲାଗିବା ଆରମ୍ଭ ହୋଇଥିଲା । ଏହାପରେ ନିଆଁ ସମସ୍ତ ଦୋକାନକୁ ବ୍ୟାପିଥିଲା ।ଏହି ଅଗ୍ନିକାଣ୍ଡରେ ଭୂତଳ ମାର୍କେଟରେ ଥିବା ୨୬ଟି ଦୋକାନ କ୍ଷତିଗ୍ରସ୍ତ ହୋଇଛି । ଲକ୍ଷାଧିକ ଟଙ୍କାର ଶାଢ଼ୀ ଜଳି ପୋଡ଼ି ନଷ୍ଟ ହୋଇଯାଇଛି । ତେବେ କିଭଳି ସ୍ଥିତିରେ ଅଗ୍ନିକାଣ୍ଡ ଘଟିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

ସେପଟେ ଗତକାଲି ରାତିରେ ଭୁବନେଶ୍ବର ବାପୁଜୀନଗରରେ ମଧ୍ୟ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ବାପୁଜୀ ନଗରରେ ଥିବା ୩ ଟି ଭେଣ୍ଡିଂ ଜୋନ୍‌ ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଛି । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଛି, ନା ବାଣ ଫୁଟାରୁ ନିଆଁ ଲାଗିଛି ତାହା ସ୍ପଷ୍ଟ ହୋଇନାହିଁ । ଏହି ଅଗ୍ନିକାଣ୍ଡରେ ୩ଟି ସାଇକେଲ ଦୋକାନ ସମ୍ପୂର୍ଣ୍ଣ ଜଳି ଯାଇଛି । ଖବର ପାଇ କଳ୍ପନା ଏବଂ ସେକ୍ରେଟାରିଏଟ୍ ଅଗ୍ନିଶମ ବାହିନୀ ପହଞ୍ଚି ଅପରେସନ ଆରମ୍ଭ କରିଥିଲେ । ନିଜେ ଡିଏଫ୍‌ଓ ଏବଂ ଏଏଫ୍ଓ ସହ ୩୦ଜଣ ଅଗ୍ନିଶମ କର୍ମଚାରୀ ଦୀର୍ଘ ୬ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁ ଓ ଧୂଆଁ ଉପରେ ନିୟନ୍ତ୍ରଣ ପାଇଥିଲେ । ଘଟଣାରେ କେହି ଆହତ ହୋଇ ନଥିବା ବେଳେ ଏପରି ଘଟଣା କେମିତି ଘଟିଲା ଅଗ୍ନିକାଣ୍ଡର ତଦନ୍ତ ଜାରି ରହିଛି ।

Tags: