ଚଟାଣରେ ଶୋଇଲେ ଅସ୍ତ୍ରାପଚାର ମହିଳା
କେନ୍ଦ୍ରାପଡା : ହସ୍ପିଟାଲରେ ବେଡ଼ ଅଭାବ I ଚଟାଣରେ ଶୋଇଲେ ପରିବାର ନିୟୋଜନ ଅସ୍ତ୍ରାପଚାର ମହିଳା । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ । ଗତକାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପରିବାର ନିୟୋଜନ ଅସ୍ତ୍ରାପଚାର ଚାଲିଥିବାବେଳେ ଏହି ଘଟଣା ଘଟିଥିବା ସୂଚନା ମିଳିଛି Iଅନ୍ୟପକ୍ଷରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଇନଚାର୍ଜଙ୍କ କହିବା ମୁତାବକ ମେଡିକାଲରେ ବେଡ଼ର ନିର୍ମାଣ ଚାଲିଛି କିନ୍ତୁ ଏପର୍ଯ୍ୟନ୍ତ ବେଡର ସୁବିଧା ମିଳିପାରିନାହିଁ। ତେବେ ଏହି କାରଣରୁ […]
କେନ୍ଦ୍ରାପଡା : ହସ୍ପିଟାଲରେ ବେଡ଼ ଅଭାବ I ଚଟାଣରେ ଶୋଇଲେ ପରିବାର ନିୟୋଜନ ଅସ୍ତ୍ରାପଚାର ମହିଳା । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ । ଗତକାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପରିବାର ନିୟୋଜନ ଅସ୍ତ୍ରାପଚାର ଚାଲିଥିବାବେଳେ ଏହି ଘଟଣା ଘଟିଥିବା ସୂଚନା ମିଳିଛି Iଅନ୍ୟପକ୍ଷରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଇନଚାର୍ଜଙ୍କ କହିବା ମୁତାବକ ମେଡିକାଲରେ ବେଡ଼ର ନିର୍ମାଣ ଚାଲିଛି କିନ୍ତୁ ଏପର୍ଯ୍ୟନ୍ତ ବେଡର ସୁବିଧା ମିଳିପାରିନାହିଁ। ତେବେ ଏହି କାରଣରୁ ମହିଳାମାନେ ଚଟାଣ ଉପରେ ଶୋଇଛନ୍ତି।
ସୂଚନା ଅନୁସାରେ , ଗତକାଲି ପରିବାର ନିୟୋଜନ ଅପରେସନ୍ ପାଇଁ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୨୯ ଜଣ ମହିଳାଙ୍କୁ ଅଣାଯାଇଥିଲା। ହେଲେ ଅପରେସନ୍ ପରେ ମହିଳାଙ୍କୁ ବେଡ଼ ଯୋଗାଇ ଦେବା ପରିବେର୍ତ୍ତେ ଆରାମ କରିବାକୁ ଚଟାଣରେ ଶୁଆଇଥିଲେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀ। ଜରି ପାଲ ପକାଇ ତା ଉପରେ ମହିଳା ମାନେ ଅପରେସନ୍ ପରେ ଶୋଇଥିଲେ । ତେବେ ଏହି ଘଟଣାକୁ ନେଇ ମହିଳାଙ୍କ ସମ୍ପର୍କୀୟ ଓ ସେମାନଙ୍କୁ ନେଇ ଆସିଥିବା ଆଶା କର୍ମୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କର୍ତ୍ତୃପକ୍ଷଙ୍କ କହିବା ମୁତାବକ ମେଡିକାଲରେ ବେଡ଼ର ନିର୍ମାଣ ଚାଲିଛି କିନ୍ତୁ ଏପର୍ଯ୍ୟନ୍ତ ବେଡର ସୁବିଧା ମିଳିପାରିନାହିଁ। ତେଣୁ ଏହି କାରଣରୁ ମହିଳାମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣରେ ବେଡ଼ ଉପଲବ୍ଧ ହୋଇପାରିଲା ନାହିଁ I




