କଲେଜକୁ ପେଟ୍ରୋଲ ନେଇଥିଲେ ଜଣେ ଛାତ୍ରୀ,କିଏ ସେ ??

ବାଲେଶ୍ୱର : ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଘଟଣା । ହୁଲସ୍ତୁଲ ହେଉଛି ରାଜ୍ୟ ରାଜନୀତି । ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଥିବାବେଳେ ଗତକାଲି କେନ୍ଦ୍ରୀୟ ୟୁଜିସିର ୪ ଜଣିଆ ଫାକ୍ଟ ଫାଇଣ୍ଡିଂ ଟିମ ଆସି କଲେଜରେ ତଦନ୍ତ କରିଛନ୍ତି । ଏହାରି ଭିତରେ କ୍ରାଇମବ୍ରାଞ୍ଚ ହାତରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି । ପୋଡିହେଲା ବେଳେ ଛାତ୍ରୀଙ୍କୁ କିଏ ଆଣି ପେଟ୍ରୋଲ ଯୋଗାଇଥିଲା ତାହା ପ୍ରଶ୍ନବାଚୀ ହୋଇଛି । ତେବେ କଲେଜ ନିକଟରେ […]

କଲେଜକୁ ପେଟ୍ରୋଲ ନେଇଥିଲେ ଜଣେ ଛାତ୍ରୀ,କିଏ ସେ ??
Samaya Live Picture
Published On

ବାଲେଶ୍ୱର : ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଘଟଣା । ହୁଲସ୍ତୁଲ ହେଉଛି ରାଜ୍ୟ ରାଜନୀତି । ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଥିବାବେଳେ ଗତକାଲି କେନ୍ଦ୍ରୀୟ ୟୁଜିସିର ୪ ଜଣିଆ ଫାକ୍ଟ ଫାଇଣ୍ଡିଂ ଟିମ ଆସି କଲେଜରେ ତଦନ୍ତ କରିଛନ୍ତି । ଏହାରି ଭିତରେ କ୍ରାଇମବ୍ରାଞ୍ଚ ହାତରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି । ପୋଡିହେଲା ବେଳେ ଛାତ୍ରୀଙ୍କୁ କିଏ ଆଣି ପେଟ୍ରୋଲ ଯୋଗାଇଥିଲା ତାହା ପ୍ରଶ୍ନବାଚୀ ହୋଇଛି । ତେବେ କଲେଜ ନିକଟରେ ଥିବା ତାରିଣୀ ପେଟ୍ରୋଲ ପମ୍ପରେ ସିସିଟିଭି ଯାଞ୍ଚ ଭିତରେ ମିଳିଛି ଚାଞ୍ଚଲ୍ୟକର ତଥ୍ୟ । ଘଟଣା ଦିନ ପେଟ୍ରୋଲ ପମ୍ପରୁ ଜଣେ ଯୁବତୀ ମୁହଁ ଘୋଡାଇ ସ୍କୁଟିରେ ଆସି ପେଟ୍ରୋଲ ପମ୍ପରୁ ଗୋଟିଏ ପ୍ଲାଷ୍ଟିକ ବୋତଲରେ ଗୋଟିଏ ଲିଟର ପେଟ୍ରୋଲ କିଣିଥିବା ସୂଚନା ମିଳିଛି ।

ଏନେଇ ସୂଚନା ଦେଇଛନ୍ତି ପେଟ୍ରୋଲ ପମ୍ପ କର୍ମଚାରୀ । ତେବେ ପେଟ୍ରୋଲ କାହିଁକି ନେଇଥିଲେ ତାହା ଏଯାଏଁ ସ୍ପଷ୍ଟ ହୋଇନି । ଫକୀରମୋହନ ମହାବିଦ୍ୟାଳୟ ନିକଟରେ ତାରିଣୀ ପେଟ୍ରୋଲ ପମ୍ପ ରହିଛି । କ୍ରାଇମବ୍ରାଞ୍ଚ ଟିମ୍ ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ସିସିଟିଭି କ୍ୟାମେରାର ହାର୍ଡଡିସ୍କକୁ ଜବତ କରିଛି ।

ସେପଟେ ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ମାମଲାର ଖୋଳତାଡ଼। ଗ୍ରାଉଣ୍ଡରେ ତଦନ୍ତ କରୁଛି ତିନିଟି ସଂସ୍ଥା। କ୍ରାଇମବ୍ରାଞ୍ଚ, ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ, ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ତଦନ୍ତକାରୀ ଟିମ୍ ତନ ତନ କରି ଯାଞ୍ଚ କରୁଛି। କ୍ରାଇମବ୍ରାଞ୍ଚ ଟିମ୍ କଲେଜ୍ କତ୍ତୃପକ୍ଷ, ଛାତ୍ରଛାତ୍ରୀ ଏବଂ ପୀଡ଼ିତାଙ୍କ ପରିବାରଲୋକଙ୍କ ସହ ଆଲୋଚନା କରିଛି ।

Tags: