କାର ଧକ୍କାରେ ଛାତ୍ରୀଙ୍କର ମୃତ୍ୟୁ

ଭଦ୍ରକ : କଲେଜ ଯିବା ବାଟରେ ଛାତ୍ରୀଙ୍କ ଉପରେ ମାଡ଼ିଗଲା କାର I ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ନନ୍ଦପୁର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଛାତ୍ରୀଙ୍କର ମୃତ୍ୟୁ I ମୃତା ଛାତ୍ରୀଙ୍କ ନାଁ ପ୍ରଭାସିନୀ ନାୟକ I ସେ ତିହିଡି ଥାନା ଅଚକ ପଞ୍ଚାୟତ ଅଧୀନ ଖପରାବାଙ୍କ ଗ୍ରାମର ରମାକାନ୍ତ ନାୟକଙ୍କ ଝିଅ ବୋଲି ଜଣାଯାଇଛି। ଘଟଣାର ପ୍ରତିବାଦ କରି ଉତ୍ତ୍ୟକ୍ତ ଲୋକେ କାର ଭାଙ୍ଗିବା ସହ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। […]

Samaya Live Picture
Published On

ଭଦ୍ରକ : କଲେଜ ଯିବା ବାଟରେ ଛାତ୍ରୀଙ୍କ ଉପରେ ମାଡ଼ିଗଲା କାର I ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ନନ୍ଦପୁର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଛାତ୍ରୀଙ୍କର ମୃତ୍ୟୁ I ମୃତା ଛାତ୍ରୀଙ୍କ ନାଁ ପ୍ରଭାସିନୀ ନାୟକ I ସେ ତିହିଡି ଥାନା ଅଚକ ପଞ୍ଚାୟତ ଅଧୀନ ଖପରାବାଙ୍କ ଗ୍ରାମର ରମାକାନ୍ତ ନାୟକଙ୍କ ଝିଅ ବୋଲି ଜଣାଯାଇଛି। ଘଟଣାର ପ୍ରତିବାଦ କରି ଉତ୍ତ୍ୟକ୍ତ ଲୋକେ କାର ଭାଙ୍ଗିବା ସହ ଟାୟାର ଜାଳି ରାସ୍ତାରୋକ କରିଛନ୍ତି।

ସୂଚନାନୁସାରେ, ପ୍ରଭାସିନୀ ତାଳପଦା ସ୍ଥିତ ମାଣିକଲାଲ ମହିଳା କଲେଜରେ +୨ ପଢୁଥିଲେ। ଆଜି ସକାଳେ କଲେଜ ଯିବା ସମୟରେ ନନ୍ଦପୁର ବଜାରରେ ଭଦ୍ରକରୁ ଚାନ୍ଦବାଲି ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ ଇଣ୍ତିଗୋ କାର ତାଙ୍କୁ ଧକ୍କା ଦେଇଥିଲା। ଛାତ୍ରୀଜଣକ ଗୁରୁତର ଆହତ ହେବାରୁ ତାଙ୍କୁ ଚିକିତ୍ସା ନିମନ୍ତେ ତିହିଡି ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଛାତ୍ରୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା I ଲୋକେ ଘେରିଯାଇ କାରକୁ ଅଟକାଇବା ସହିତ ଭଙ୍ଗାରୁଜା କରିବା ପରେ ଟାୟାର ଜାଳି ରାସ୍ତାରୋକ କରିଥିଲେ I ଏଥିରେ ମାଣିକଲାଲ ମହିଳା କଲେଜର ଛାତ୍ରୀମାନେ ମଧ୍ୟ ସାମିଲ ହୋଇଛନ୍ତି।ପରେ ପୁଲିସ ପହଞ୍ଚି କାର ସହ ଡ୍ରାଇଭରକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛନ୍ତି I

Tags: