‘ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା’ରେ ଭୁବନେଶ୍ୱରେ ହେବ ଅତ୍ୟାଧୁନିକ ମାଛ ବଜାର

ଭୁବନେଶ୍ୱର: ଆଜି ‘ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା’ର ଆରମ୍ଭ କରିବେ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଅନ୍‌ଲାଇନରେ ରାଜଧାନୀ ଭୁବନେଶ୍ୱରରେ ଏକ ଅନନ୍ୟ ନିର୍ମାଣଶୈଳୀ ସମ୍ପନ୍ନ ପାଇକାରୀ ମାଛ ବଜାରର ଶିଳାନ୍ୟାସ କରିବେ । ଏହା ସହିତ ଭିଡିଓ କନ୍‌ଫରେନ୍ସରେ ହୀରାକୁଦରେ ସମନ୍ୱିତ ଜଳ ପାର୍କ (ଇଣ୍ଟିଗ୍ରେଟେଡ୍‌ ଆକ୍ୱା ପାର୍କ)ର ଶିଳାନ୍ୟାସ ହେବ । ଏହି ଅବସରରେ ଚାଷୀଙ୍କ ସହ ବାର୍ତ୍ତାଳାପ କରିବେ ପ୍ରଧାନମନ୍ତ୍ରୀ । କାର୍ଯ୍ୟକ୍ରମର ସିଧା ପ୍ରସାରଣ ରାଜ୍ୟର ସମସ୍ତ […]

‘ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା’ରେ ଭୁବନେଶ୍ୱରେ ହେବ ଅତ୍ୟାଧୁନିକ ମାଛ ବଜାର

ଭୁବନେଶ୍ୱର: ଆଜି ‘ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା’ର ଆରମ୍ଭ କରିବେ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଅନ୍‌ଲାଇନରେ ରାଜଧାନୀ ଭୁବନେଶ୍ୱରରେ ଏକ ଅନନ୍ୟ ନିର୍ମାଣଶୈଳୀ ସମ୍ପନ୍ନ ପାଇକାରୀ ମାଛ ବଜାରର ଶିଳାନ୍ୟାସ କରିବେ । ଏହା ସହିତ ଭିଡିଓ କନ୍‌ଫରେନ୍ସରେ ହୀରାକୁଦରେ ସମନ୍ୱିତ ଜଳ ପାର୍କ (ଇଣ୍ଟିଗ୍ରେଟେଡ୍‌ ଆକ୍ୱା ପାର୍କ)ର ଶିଳାନ୍ୟାସ ହେବ । ଏହି ଅବସରରେ ଚାଷୀଙ୍କ ସହ ବାର୍ତ୍ତାଳାପ କରିବେ ପ୍ରଧାନମନ୍ତ୍ରୀ । କାର୍ଯ୍ୟକ୍ରମର ସିଧା ପ୍ରସାରଣ ରାଜ୍ୟର ସମସ୍ତ କୃଷି ବିଜ୍ଞାନ କେନ୍ଦ୍ରରେ କରାଯିବ ।

Read More ବିର୍ସା ମୁଣ୍ଡା

ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବା ସହିତ ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ କରିବେ । ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା, ଲୋକଙ୍କୁ ପୋଷଣଯୁକ୍ତ ଖାଦ୍ୟ ଯୋଗାଇ ଦେବା, ଚାଷୀଙ୍କ ଆୟ, ଉତ୍ପାଦନରେ ବୃଦ୍ଧି ପାଇଁ ସରକାର ଏହିସବୁ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ପଦକ୍ଷେପ ଦ୍ୱାରା ଦେଶର ୫୦ ଲକ୍ଷରୁ ଅଧିକ ଚାଷୀ, କୃଷକ, ଉତ୍ପାଦକ ଗୋଷ୍ଠୀ ଲାଭବାନ ହେବେ । ଦେଶରେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ରେକର୍ଡ ପରିମାଣର ପନିପରିବା ଓ ଖାଦଶସ୍ୟ ଉତ୍ପାଦନ ହୋଇଛି । ଡାଲି, ତୈଳବୀଜ ଉତ୍ପାଦନରେ ଆତ୍ମନିର୍ଭର ହେବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ ଆହ୍ୱାନ ଦେଇଛନ୍ତି । ଉକ୍ତ ବୈଠକରେ କୃଷି ବିଭାଗ ପ୍ରମୁଖ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, କୃଷି ନିର୍ଦ୍ଦେଶକ ଶୁଭମ ସକ୍ସେନା, କୃଷି, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ

Read More ଆଜି ଦ୍ୱିତୀୟ ଦିନରେ ସାଲିଆ ସାହିରେ ଜାରି ରହିଛି ଉଚ୍ଛେଦ

Tags: