ଡ଼ିଉଟିରେ ସମୟରେ ନିଜ ବନ୍ଧୁକରେ ଆତ୍ମହତ୍ୟାକଲେ ଯବାନ
ମହାକାଳପଡ଼ା : ଡିଆରଡିଓ କ୍ୟାମ୍ପରେ ଅଘଟଣ I ନିଜ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କଲେ ଡିଉଟିରେ ଥିବା ଯବାନ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା କେୟାରବାଙ୍କ ସ୍ଥିତ ଡିଆରଡିଓ କେନ୍ଦ୍ରରେ ଏହି ଅଘଟଣ ଘଟିଛି I ଶନିବାର ରାତି ୧୨ଟାରୁ ୨ ପର୍ଯ୍ୟନ୍ତ ଜେନେରାଲ ଡିଉଟିରେ ଥିବାବେଳେ ଆତ୍ମହତ୍ୟା କରିଛନ୍ତି ଯବାନ ଜଣକ । ମୃତ ଯବାନଙ୍କ ନାମ ରାଜଶେଖରନ(୩୮)ଏସ, ଘର ତାମିଲନାଡୁର ତ୍ରିପୁତୁର ଜିଲ୍ଲା ନକ୍ରମପାଲି ଥାନା ଏଲପାଲୀ ଗ୍ରାମରେ। ବର୍ତ୍ତମାନ ପର୍ଯ୍ୟନ୍ତ ଆତ୍ମହତ୍ୟାର […]
ମହାକାଳପଡ଼ା : ଡିଆରଡିଓ କ୍ୟାମ୍ପରେ ଅଘଟଣ I ନିଜ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କଲେ ଡିଉଟିରେ ଥିବା ଯବାନ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା କେୟାରବାଙ୍କ ସ୍ଥିତ ଡିଆରଡିଓ କେନ୍ଦ୍ରରେ ଏହି ଅଘଟଣ ଘଟିଛି I ଶନିବାର ରାତି ୧୨ଟାରୁ ୨ ପର୍ଯ୍ୟନ୍ତ ଜେନେରାଲ ଡିଉଟିରେ ଥିବାବେଳେ ଆତ୍ମହତ୍ୟା କରିଛନ୍ତି ଯବାନ ଜଣକ । ମୃତ ଯବାନଙ୍କ ନାମ ରାଜଶେଖରନ(୩୮)ଏସ, ଘର ତାମିଲନାଡୁର ତ୍ରିପୁତୁର ଜିଲ୍ଲା ନକ୍ରମପାଲି ଥାନା ଏଲପାଲୀ ଗ୍ରାମରେ। ବର୍ତ୍ତମାନ ପର୍ଯ୍ୟନ୍ତ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣା ପୋଲିସ ଘଟଣାର ଛାନଭିନ କରୁଛି I
ଘଟନାନୁସାରେ,ଶନିବାର ରାତି ଡ଼ିଉଟିରେ ଥିବାବେଳେ ପ୍ରାୟ ୧.୫୫ ସମୟରେ ନିଜ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କରିଥିଲେ ଯବାନ । ଚେୟାର ଉପରେ ବସିଥିବା ସମୟରେ ବନ୍ଧୁକକୁ ନିଜ ମୁହଁ ଓଠ ନିକଟରେ ଲଗାଇ ପାଦରେ ଟ୍ରିଗର ଚଳାଇଥିବା ନେଇ ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି ବୋଲି ପୋଲିସ ସୂଚନା ଦେଇଛି ।
ଯବାନଙ୍କ ବନ୍ଧୁକର ଗୁଳି ଓଠ ବାଟେ ପଶି ମୁଣ୍ଡ ପଟେ ବାହାରିଯାଇ ମୁଣ୍ଡକୁ ସମ୍ପୂର୍ଣ୍ଣ ଉଡେଇଦେଇଥିବା ଦେଖିବାକୁ ମିଳିଛି । ଗୁଳି ଶବ୍ଦ ଶୁଣି ସିଫ୍ଟ ପରିବର୍ତନ ପରେ ଡିଉଟିରେ ଯୋଗ ଦେବାକୁ ଯାଉଥିବା ଅନ୍ୟ ଜଣେ ଯବାନ ଘଟଣା ସ୍ଥଳକୁ ଯାଇ ଦେଖି କେନ୍ଦ୍ରର ମୁଖ୍ୟଙ୍କୁ ଜଣାଇଥିଲେ । ଘଟଣା ସମ୍ପର୍କରେ ଡିଆରଡିଓର ମୁଖ୍ୟ ମେଜର ଟି ସିମାଞ୍ଚଲମ ରବିବାର ଭୋରରୁ ମହାକାଳପଡ଼ା ପୋଲିସ ସହିତ ଯବାନଙ୍କ ପରିବାରକୁ ଖବର ଦେଇଥିଲେ । କେନ୍ଦ୍ରାପଡ଼ା ଏସଡିପିଓ ଦେବେନ୍ଦ୍ର ମଲିକ, ମହାକାଳପଡ଼ା ଥାନା ଅଧିକାରୀ ବିମଲ କୁମାର ମଲିକ ସନ୍ଧ୍ୟାରେ ସାଇଣ୍ଟିଫିକ ଟିମ ତଦନ୍ତ କରିଛି ।




