ସାରାଦେଶରେ ପୋଲିସ ମାନଙ୍କ ପାଇଁ ଏକକ ୟୁନିଫର୍ମ ଲାଗୁ ହେବ

ଭୁବନେଶ୍ୱର : ଖୁବ ଶୀଘ୍ର ଲାଗୁହେବ ୱାନ ନେସନ ୱାନ ୟୁନିଫର୍ମ ପଲିସି । ଦେଶରେ ଏଣିକି ପୋଲିସ ମାନଙ୍କ ପାଇଁ ଏକା ପ୍ରକାର ୟୁନିଫର୍ମ ଲାଗୁ ହେବ । ଭିନ୍ନ ଭିନ୍ନ ରାଜ୍ୟରେ ପୋଲିସଙ୍କ ପାଇଁ ରହିବ ନାହିଁ ଭିନ୍ନ ପ୍ରକାର ପୋଲିସ ୟୁନିଫର୍ମ । ଓଡିଶା ସମେତ ୧୬ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଏନେଇ ଗୃହ ରାଜ୍ୟ ମନ୍ତ୍ରଣାଳୟ ଚିଠିରେ ନିର୍ଦେଶ ଦେଇଛି । ନଭେମ୍ବର ୪ ସୁଦ୍ଧା ସମସ୍ତ ତଥ୍ୟ ଦାଖଲ […]

ସାରାଦେଶରେ ପୋଲିସ ମାନଙ୍କ ପାଇଁ ଏକକ ୟୁନିଫର୍ମ ଲାଗୁ ହେବ
Samaya Live Picture
Published On

ଭୁବନେଶ୍ୱର : ଖୁବ ଶୀଘ୍ର ଲାଗୁହେବ ୱାନ ନେସନ ୱାନ ୟୁନିଫର୍ମ ପଲିସି । ଦେଶରେ ଏଣିକି ପୋଲିସ ମାନଙ୍କ ପାଇଁ ଏକା ପ୍ରକାର ୟୁନିଫର୍ମ ଲାଗୁ ହେବ । ଭିନ୍ନ ଭିନ୍ନ ରାଜ୍ୟରେ ପୋଲିସଙ୍କ ପାଇଁ ରହିବ ନାହିଁ ଭିନ୍ନ ପ୍ରକାର ପୋଲିସ ୟୁନିଫର୍ମ । ଓଡିଶା ସମେତ ୧୬ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଏନେଇ ଗୃହ ରାଜ୍ୟ ମନ୍ତ୍ରଣାଳୟ ଚିଠିରେ ନିର୍ଦେଶ ଦେଇଛି । ନଭେମ୍ବର ୪ ସୁଦ୍ଧା ସମସ୍ତ ତଥ୍ୟ ଦାଖଲ କରିବାକୁ ନିର୍ଦେଶ ରହିଛି । ରାଙ୍କ ଅନୁଯାୟୀ ପୋଲିସ ଅଧିକାରୀ ଏବଂ କର୍ମଚାରୀ କଣ ପୋଷାକ ପିନ୍ଧୁଛନ୍ତି ସେନେଇ ତଥ୍ୟ ମଗାଯାଇଛି ।
ଆନ୍ଧ୍ର, ଅରୁଣାଚଳ, ଆସାମ, ଗୋଆ, ହିମାଚଳ, ଝାଡ଼ଖଣ୍ଡ, କେରଳ, ମଣିପୁର, ମେଘାଳୟ, ନାଗାଲାଣ୍ଡ, ଓଡ଼ିଶା, ସିକ୍କିମ୍‌, ତେଲେଙ୍ଗାନା, ତ୍ରିପୁରା, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗକୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ଚିଠି କରିଛି। କେନ୍ଦ୍ରର ଚିଠି ପରେ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ତଥ୍ୟ ପାଇଁ ଡିଜିପି କଣ୍ଟ୍ରୋଲ୍‌ ରୁମ୍ ନିର୍ଦ୍ଦେଶ ଦେଇଛି।

Tags: