ରଥଯାତ୍ରା ପାଇଁ ଦ୍ଵିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ
ପୁରୀ : ପୁରୀ ଟାଉନ ହଲଠାରେ ୨ୟ ରଥଯାତ୍ରା ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନ ୧୧ ଟାରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଏଥିରେ ରଥଯାତ୍ରା ପାଇଁ ବିଭିନ୍ନ ବିଭାଗର କାର୍ଯ୍ୟଶୈଳୀ ଉପରେ ଆଲୋଚନା କରାଯାଇଥିଲା । ଜୁଲାଇ ୭ରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପଡ଼ୁଥୁବାରୁ ଚଳିତ ବର୍ଷ ରଥଯାତ୍ରା ଥଯାତ୍ରା ଦିନ ନବଯୌବନ ଓ ନେତ୍ରୋତ୍ସବ ପଡୁଛି । ଚଳିତ ବର୍ଷ ମହାପ୍ରଭୁଙ୍କ ନବ ଯୌବନ […]
ପୁରୀ : ପୁରୀ ଟାଉନ ହଲଠାରେ ୨ୟ ରଥଯାତ୍ରା ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନ ୧୧ ଟାରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଏଥିରେ ରଥଯାତ୍ରା ପାଇଁ ବିଭିନ୍ନ ବିଭାଗର କାର୍ଯ୍ୟଶୈଳୀ ଉପରେ ଆଲୋଚନା କରାଯାଇଥିଲା । ଜୁଲାଇ ୭ରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପଡ଼ୁଥୁବାରୁ ଚଳିତ ବର୍ଷ ରଥଯାତ୍ରା ଥଯାତ୍ରା ଦିନ ନବଯୌବନ ଓ ନେତ୍ରୋତ୍ସବ ପଡୁଛି । ଚଳିତ ବର୍ଷ ମହାପ୍ରଭୁଙ୍କ ନବ ଯୌବନ ଦର୍ଶନକୁ ବନ୍ଦ କରାଯାଇଛି । ଆଜିର ବୈଠକରେ ଭକ୍ତଙ୍କ ରହଣି, ସୁବିଧା, ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ଓ ନୀତିକାନ୍ତି ଉପରେ ବିସ୍ତୃତ ଆଲୋଚନା କରାଯିବ ।
କିଛିଦିନ ପୂର୍ବରୁ ରଥଯାତ୍ରା ପାଇଁ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଅଧ୍ୟକ୍ଷତାରେ ପ୍ରଥମ ବୈଠକ ବସିଥିଲା । ବିଶେଷକରି ସହରର ରାସ୍ତାଘାଟ,ବିଦ୍ୟୁତ ସେବା,ପରିମଳ ବ୍ୟବସ୍ଥା ଓ ସ୍ୱାସ୍ଥ୍ୟ ସେବା ଉପରେ ଉଦବେଗ ପ୍ରକାଶ ପାଇଥିଲା । ସେହିପରି ମେଡିକାଲରେ ଖାଲି ପଡିଥିବା ଡାକ୍ତରୀ ପଦବୀ ପୂରଣ ପାଇଁ ଆଲୋଚନା ହୋଇଥିଲା । ଆଜି ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ରଥଯାତ୍ରା ପରିଚାଳନା ସହିତ ଏହି ସବୁ ବିଷୟରେ ପୁଣି ଥରେ ଆଲୋଚାନା ହୋଇଛି । ରଥଯାତ୍ରା ସମୟରେ ପୁରୀରେ ପ୍ରବଳ ଭକ୍ତ ସମାଗମକୁ ଦୃଷ୍ଟିରେ ରଖି ଆଇନ ସେବା ଏବଂ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଆଲୋଚନା ହୋଇଛି ।




