ଲିଙ୍ଗରାଜ ମନ୍ଦିର ସେବାୟତ ବିବାଦକୁ ନେଇ ଆଇନ ମନ୍ତ୍ରୀଙ୍କ ଘରେ ସମୀକ୍ଷା ବୈଠକ

ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିରରେ ସେବାୟତଙ୍କ ବିବାଦ ଘଟଣା । ୩ ଦିନ ଧରି ଖାଡା ଓପାସରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ । ୩ ଦିନ ଧରି ସମସ୍ତ ନୀତିକାନ୍ତି ବନ୍ଦ ରହିବା ସହିତ ମକର ମଣ୍ଡପରେ ବସିଛନ୍ତି ମହାପ୍ରଭୁ। ବଡୁ ନିଯୋଗ, ମହାସୁଆର ଏବଂ ପୂଜାପଣ୍ଡାଙ୍କ ମଧ୍ୟରେ ଲାଗିଥିବା ବିବାଦ ଯୋଗୁ ଏପରି ସ୍ଥିତି ଉପୁଜିଛି । ପରିସ୍ଥିତି ଅଣାୟତ୍ତ ଅହେବାରୁ ବିବାଦର ସମାଧାନ ପାଇଁ ଆଇନ ମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ହୋଇଛି ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ […]

Samaya Live Picture
Published On

ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିରରେ ସେବାୟତଙ୍କ ବିବାଦ ଘଟଣା । ୩ ଦିନ ଧରି ଖାଡା ଓପାସରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ । ୩ ଦିନ ଧରି ସମସ୍ତ ନୀତିକାନ୍ତି ବନ୍ଦ ରହିବା ସହିତ ମକର ମଣ୍ଡପରେ ବସିଛନ୍ତି ମହାପ୍ରଭୁ। ବଡୁ ନିଯୋଗ, ମହାସୁଆର ଏବଂ ପୂଜାପଣ୍ଡାଙ୍କ ମଧ୍ୟରେ ଲାଗିଥିବା ବିବାଦ ଯୋଗୁ ଏପରି ସ୍ଥିତି ଉପୁଜିଛି । ପରିସ୍ଥିତି ଅଣାୟତ୍ତ ଅହେବାରୁ ବିବାଦର ସମାଧାନ ପାଇଁ ଆଇନ ମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ହୋଇଛି ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ । ଏଥିରେ ଦେବୋତ୍ତର କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ, ଆଇନ ବିଭାଗ ସଚିବ ପ୍ରମୁଖ ଉପସ୍ଥିତ ଅଛନ୍ତି । ଦୁଇ ଦିନ ହେଲା ଠାକୁରଙ୍କୁ ଉପାସ ରହିବାକୁ ପଡ଼ିଛି । ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ହେବାକୁ ନେଇ ଏହାକୁ ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି, ଯଦି ସେବାୟତ ନିଯୋଗଙ୍କ ସମସ୍ୟା ଅଛି ତେବେ ଆଲୋଚନା କରିବା ଆବଶ୍ୟକ। ଆଲୋଚନା ନ କରି ମହାପ୍ରଭୁଙ୍କ ନୀତି ବନ୍ଦ କରିବା ଠିକ୍‌ ନୁହେଁ। ତର୍ଜମା ପରେ ଆବଶ୍ୟକ ପଡ଼ିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ,ଦିଅଁଙ୍କ ନୀତିବନ୍ଦ ନେଇ ମଙ୍ଗଳବାର ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅତିରିକ୍ତି ଜିଲାପାଳ ରୁଦ୍ର ନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟରେ ବୈଠକ ହୋଇଥିଲା। ସହକାରୀ ଦେବୋତ୍ତର ଆୟୁକ୍ତ ଶିଶିର କୁମାର ସାହୁ ବୈଠକରେ ଉପସ୍ଥିତ ରହିଥିଲେ। ସେବା ଅଧିକାର ବିବାଦକୁ ଟ୍ରଷ୍ଟବୋର୍ଡରେ ଆଲୋଚନା କରି ଆଗାମୀ ୭ ଦିନ ଭିତରେ ସମାଧାନ କରିବାକୁ ମନ୍ଦିର ପ୍ରଶାସନ କହିବା ସହ ଦିଅଁଙ୍କ ନୀତିକାନ୍ତି ସ୍ବାଭାବିକ କରିବାକୁ ଉଭୟ ନିଯୋଗଙ୍କୁ ଅନୁରୋଧ କରିଥିଲା। ଏଥିରେ ବ୍ରାହ୍ମଣ ନିଯୋଗ ଅରାଜି ହୋଇଥିଲେ।

ସୂଚନାନୁସାରେ,ସୋମବାର ସନ୍ଧ୍ୟାରୁ କ୍ଷୀର ଆଉଟା ନୀତିକୁ ନେଇ ମହାସୁଆର ଏବଂ ବଡୁ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ସହିତ ମକର ମଣ୍ଡପରେ ଓପାସରେ ବସି ରହିଛନ୍ତି ମହାପ୍ରଭୁ ।

Tags: