ଏଚଏମପିଭିକୁ ନେଇ ସ୍ଵାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ
ଭୁବନେଶ୍ଵର : ଚାଇନା ଭାଇରସ ଏଚ୍ଏମ୍ପିଭି କୁ ନେଇ ବଢ଼ିଲା ଚିନ୍ତା । ଦିନକୁ ଦିନ ଦେଶରେ ଏଚଏମ୍ପିଭି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ଆଜି ଏଚଏମପିଭିକୁ ନେଇ ସ୍ଵାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକ ବସିବ। ଦିନ ୧୧ଟାରେ ଲୋକସେବା ଭବନରେ ସ୍ଵାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ରାଜ୍ୟର ସମସ୍ତ ସିଡିଏମଓ ଏବଂ ଜନସ୍ଵାସ୍ଥ୍ୟ ଅଧିକାରୀ ମାନେ ଏହି ବୈଠକରେ ଉପସ୍ଥିତ ରହିବେ। ସବୁ ଜିଲ୍ଲାର ସ୍ଥିତି […]
ଭୁବନେଶ୍ଵର : ଚାଇନା ଭାଇରସ ଏଚ୍ଏମ୍ପିଭି କୁ ନେଇ ବଢ଼ିଲା ଚିନ୍ତା । ଦିନକୁ ଦିନ ଦେଶରେ ଏଚଏମ୍ପିଭି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ଆଜି ଏଚଏମପିଭିକୁ ନେଇ ସ୍ଵାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକ ବସିବ। ଦିନ ୧୧ଟାରେ ଲୋକସେବା ଭବନରେ ସ୍ଵାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ରାଜ୍ୟର ସମସ୍ତ ସିଡିଏମଓ ଏବଂ ଜନସ୍ଵାସ୍ଥ୍ୟ ଅଧିକାରୀ ମାନେ ଏହି ବୈଠକରେ ଉପସ୍ଥିତ ରହିବେ। ସବୁ ଜିଲ୍ଲାର ସ୍ଥିତି ଏବଂ ପ୍ରସ୍ତୁତିକୁ ନେଇ ଆଲୋଚନା କରାଯିବ।
ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଭିସିରେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି । ଏବେ ଯାଏଁ ହୁଏତ ଜଣେ ବି HMPV ରୋଗୀ ଓଡ଼ିଶାରୁ ଚିହ୍ନଟ ହୋଇନାହାନ୍ତି କି କେନ୍ଦ୍ର ସରକାର କୌଣସି ନିର୍ଦ୍ଦିଷ୍ଟ ଗାଇଡଲାଇନ ଦେଇ ନାହାନ୍ତି । କେନ୍ଦ୍ରର ଗାଇଡ୍ ଲାଇନକୁ ଅପେକ୍ଷା କରାଯାଇଛି। ଏହାପରେ ପରବର୍ତ୍ତୀ କାର୍ଯ୍ୟ ପନ୍ଥା ଗ୍ରହଣ କରାଯିବ। ତେବେ ଏଚଏମପିଭି ମୁକାବିଲା ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବାବେଳେ ରାଜ୍ୟ ନିରୀକ୍ଷଣ ବ୍ୟବସ୍ତା ଜାରି ରହିଛି।




