ଏସସିବିରେ ୧୬୦ ଜଣଙ୍କର ମାଗଣାରେ ବୋନ୍ ମାରୋ ଟ୍ରାନ୍ସପ୍ଲାଣ୍ଟ କରି ରେକର୍ଡ
କଟକ: ରକ୍ତ କର୍କଟ ରୋଗୀଙ୍କ ସଫଳ ଚିକିତ୍ସା କ୍ଷେତ୍ରରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ (ଏସ୍ସିବି) ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ୧୬୦ ଜଣଙ୍କ ରକ୍ତକର୍କଟ ରୋଗୀଙ୍କ କ୍ଷେତ୍ରରେ ଅସ୍ଥିମଜ୍ଜା ପ୍ରତିରୋପଣ (ବୋନ୍ ମାରୋ ଟ୍ରାନ୍ସପ୍ଲାଣ୍ଟ) କରି ଏସ୍ସିବିର ରକ୍ତରୋଗ (ହେମାଟୋଲୋଜି) ବିଭାଗ ଭାରତରେ ଏକ ନୂଆ ରେକର୍ଡ଼ ସୃଷ୍ଟି କରିଛି। ଏସସିବି ମେଡ଼ିକାଲ ୧୬୦ ଜଣଙ୍କର ମାଗଣାରେ ବୋନ୍ ମାରୋ ଟ୍ରାନ୍ସପ୍ଲାଣ୍ଟ କରି ରେକର୍ଡ ସୃଷ୍ଟି କରିଛି । ଏଥିରୁ ୮୭ ପ୍ରତିଶତ […]
କଟକ: ରକ୍ତ କର୍କଟ ରୋଗୀଙ୍କ ସଫଳ ଚିକିତ୍ସା କ୍ଷେତ୍ରରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ (ଏସ୍ସିବି) ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ୧୬୦ ଜଣଙ୍କ ରକ୍ତକର୍କଟ ରୋଗୀଙ୍କ କ୍ଷେତ୍ରରେ ଅସ୍ଥିମଜ୍ଜା ପ୍ରତିରୋପଣ (ବୋନ୍ ମାରୋ ଟ୍ରାନ୍ସପ୍ଲାଣ୍ଟ) କରି ଏସ୍ସିବିର ରକ୍ତରୋଗ (ହେମାଟୋଲୋଜି) ବିଭାଗ ଭାରତରେ ଏକ ନୂଆ ରେକର୍ଡ଼ ସୃଷ୍ଟି କରିଛି। ଏସସିବି ମେଡ଼ିକାଲ ୧୬୦ ଜଣଙ୍କର ମାଗଣାରେ ବୋନ୍ ମାରୋ ଟ୍ରାନ୍ସପ୍ଲାଣ୍ଟ କରି ରେକର୍ଡ ସୃଷ୍ଟି କରିଛି । ଏଥିରୁ ୮୭ ପ୍ରତିଶତ ରୋଗୀ ସୁସ୍ଥ ଜୀବନଯାପନ କରୁଛନ୍ତି । ଦେଶର କୌଣସି ସରକାରୀ ମେଡ଼ିକାଲରେ ଏଭଳି କରି ନାହାଁନ୍ତି ବୋଲି ଏସସିବି ହେମାଟୋଲୋଜି ବିଭାଗର ପ୍ରଫେସର ରବୀନ୍ଦ୍ର କୁମାର ଜେନା କହିଛନ୍ତି। ବୋନ୍ ମାରୋ ଟ୍ରାନ୍ସପ୍ଲାଣ୍ଟରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛି ।
ପ୍ରଫେସର ରବୀନ୍ଦ୍ର କୁମାର ଜେନାଙ୍କ ସୂଚନା ମୁତାବକ, ବୋନ୍ ମାରୋ ଟ୍ରାନ୍ସପ୍ଲାଣ୍ଟ ଏକ ବ୍ୟୟ ବହୁଳ ଚିକିତ୍ସା । ତେଣୁ ଏସସିବିରେ ୨୦୧୪ ଫେବୃଆରୀ ୨୬ରେ ହେମାଟୋଲୋଜି ବିଭାଗରେ ଅସ୍ଥିମଜ୍ଜା ପ୍ରତିରୋପଣ ୟୁନିଟ୍ ଆରମ୍ଭ ହୋଇଥିଲା । ଅତ୍ୟାଧୁନିକ ଚିକିସ୍ଚା ଉପକରଣ ସହିତ ମାଗଣାରେ ୧୬୦ଜଣଙ୍କର ସଫଳତାର ସହିତ ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୮୭ ପ୍ରତିଶତ ରୋଗୀ ସୁସ୍ଥ ଜୀବନଯାପନ କରୁଛନ୍ତି ବୋଲି ପ୍ରଫେସର କହିଛନ୍ତି । ଏହା ଦେଶର ପ୍ରଥମ ସରକାରୀ ଡାକ୍ତରଖାନା ଯେଉଁ ଠାରେ ମାଗଣାରେ ଏହି ସଫଳ ପ୍ରତିରୋପଣ କରାଯାଇଥିଲା।
ବୋନ୍ ମାରୋ ଟ୍ରାନସପ୍ଲାଣ୍ଟ କରିବା ଏକ ବ୍ୟୟ ବହୁଳ ଚିକିସ୍ଚା । ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ । ଘରୋଇ ମେଡ଼ିକାଲରେ ୧୫ରୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ । କିନ୍ତୁ ଏସସିବି ମେଡ଼ିକାଲର ଏହି ଉଦ୍ୟମ କର୍କଟ ରୋଗୀଙ୍କ ମନରେ ଏକ ନୂତନ ଆଶା ସଂଚାର କରିଛି ।




