ଏମକେସିଜିରେ ବିରଳ ଅସ୍ତ୍ରୋପଚାର,ବଞ୍ଚିଲା ଯୁବକଙ୍କ ଜୀବନ
ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜି ଡାକ୍ତରଙ୍କ ଅପାର ସଫଳତା I ଅନ୍ତନାଳୀ ଫାଟି ଯାଇଥିବା ଯୁବକଙ୍କ ବିରଳ ଅସ୍ତ୍ରୋପଚାର କରି ଜୀବନ ବଞ୍ଚାଇଛନ୍ତି । ଗତ ୯ ତାରିଖରେ ସଂଧ୍ୟାରେ ଏମକେସିଜିରେ ଭର୍ତ୍ତି ହୋଇଥିଲେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଅଞ୍ଚଳର ମୃତ୍ୟୁଞ୍ଜୟ ପାତ୍ର । କିଛି ଅସାମାଜିକ ଯୁବକ ସେହିଦିନ ତାଙ୍କୁ ଆକ୍ରମଣ କରି ତାଙ୍କ ମଳ ଦ୍ୱାରରେ ପାଇପ ପୁରାଇ ପମ୍ପ ଯୋଗେ ପବନ ଭର୍ତି କରିଦେଇଥିଲେ । ଫଳରେ ମୃତ୍ୟୁଞ୍ଜୟଙ୍କ ଅବସ୍ଥା ଗୁରୁତର ହୋଇଥିଲା […]
ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜି ଡାକ୍ତରଙ୍କ ଅପାର ସଫଳତା I ଅନ୍ତନାଳୀ ଫାଟି ଯାଇଥିବା ଯୁବକଙ୍କ ବିରଳ ଅସ୍ତ୍ରୋପଚାର କରି ଜୀବନ ବଞ୍ଚାଇଛନ୍ତି । ଗତ ୯ ତାରିଖରେ ସଂଧ୍ୟାରେ ଏମକେସିଜିରେ ଭର୍ତ୍ତି ହୋଇଥିଲେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଅଞ୍ଚଳର ମୃତ୍ୟୁଞ୍ଜୟ ପାତ୍ର । କିଛି ଅସାମାଜିକ ଯୁବକ ସେହିଦିନ ତାଙ୍କୁ ଆକ୍ରମଣ କରି ତାଙ୍କ ମଳ ଦ୍ୱାରରେ ପାଇପ ପୁରାଇ ପମ୍ପ ଯୋଗେ ପବନ ଭର୍ତି କରିଦେଇଥିଲେ । ଫଳରେ ମୃତ୍ୟୁଞ୍ଜୟଙ୍କ ଅବସ୍ଥା ଗୁରୁତର ହୋଇଥିଲା । ଏହାପରେ ପରିବାର ଲୋକେ ତାଙ୍କୁ ତାଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତି କରିଥିଲେ ।
ମୃତ୍ୟୁଞ୍ଜୟଙ୍କର ଏକ୍ସରେ ଓ ସିଟି ସ୍କାନ କରାଯିବା ପରେ ଜଣାପଡିଥିଲା ପବନ ପଶିବାରୁ ତାଙ୍କର ଅନ୍ତନଳୀ ଫାଟି ଯାଇଛି । ମଳଦ୍ୱାର ଠାରୁ ପ୍ରାୟ ୨୦ ସେଣ୍ଟିମିଟର ଉପରେ ରହିଥିବା ବୃହତ ଅନ୍ତନଳୀର ତଳ ଭାଗରେ ଥିବା ୩ ସେଣ୍ଟିମିଟର ଅନ୍ତନଳୀ ଫାଟି ଯାଇଥିବା ଜଣ ପଡିଥିଲା I ଏହାସହିତ ଅନ୍ୟ କିଛି ଅନ୍ତନଳୀ ମଧ୍ୟ ମାଡ ହୋଇଛି । ଏହାପରେ ଗତ ୧୦ ତାରିଖରେ ମୃତ୍ୟୁଞ୍ଜୟଙ୍କର ଅପରେସନ୍ କରାଯାଇଥିଲା । ଏମକେସିଜିର ୭ ଜଣିଆ ଟିମ୍ ୩ ଘଣ୍ଟା ଧରି ଅପରେସନ୍ କରିଥିଲେ । ପବନ ବାହାର କରାଯିବା ସହ ଅନ୍ତନଳୀଗୁଡିକର ଚିକିତ୍ସା କରାଯାଇ ମଳଦ୍ୱାର ପଟେ ମଳତ୍ୟାଗ ନକରି ଶରୀରର ଅନ୍ୟ ଏକ ସ୍ଥାନରେ ମଳ ବାହାର କରାଯାଉଛି ।
ଅପରେସନ୍ ପରେ ତାଙ୍କ ଅବସ୍ଥା ସ୍ଥିର ରହିଥିବା ବେଳେ ସେ ଏବେ ଆଇସିୟୁରେ ଅଛନ୍ତି । ବହୁ ସମୟ ଧରି ପେଟରେ ପ୍ରେସର ପବନ ରହିବାରୁ ମୃତ୍ୟୁଞ୍ଜୟଙ୍କ କିଡନୀ ଉପରେ ପ୍ରଭାବ ପଡିଥିବା ନେଇ ପ୍ରଫେସର ଡାକ୍ତର ଶିବ ପ୍ରସାଦ ଦାସ ସୂଚନା ଦେଇଛନ୍ତି । ତେବେ ଏନେଇ ମୃତ୍ୟୁଞ୍ଜୟଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ।




