ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ପୂର୍ବରୁ ସୋସିଆଲ ମିଡିଆରେ ଘୁରି ବୁଲୁଛି ପ୍ରଶ୍ନପତ୍ର

ଭୁବନେଶ୍ୱର : ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ପୂର୍ବରୁ ବିଭ୍ରାଟ । ସୋସିଆଲ ମିଡିଆରେ ଲିକ ହେଲା ପ୍ରଶ୍ନପତ୍ର । ଲିକ୍ ହୋଇଥିବା ପ୍ରଶ୍ନ ସୋସିଆଲ ମିଡିଆରେ ଘୁରି ବୁଲୁଥିବା କହିଛନ୍ତି ପରୀକ୍ଷାର୍ଥୀ । ପ୍ରଥମ ଦିନ ଦୁଇଟି ସିଟିଂରେ ଓଡ଼ିଆ ଭାଷା ସାହିତ୍ୟ ଓ ଇଂରାଜୀ ବିଷୟ ପରୀକ୍ଷା ହୋଇଥିଲା I ହେଲେ ପରୀକ୍ଷା ଆରମ୍ଭ ହେବାର ଦିନକୁ ପୂର୍ବରୁ ସାହିତ୍ୟ, ଇଂରାଜୀ ବିଷୟ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ପ୍ରଘଟ ହୋଇଗଲା । ଏହାସହ ଅନ୍ୟ […]

Samaya Live Picture
Published On

ଭୁବନେଶ୍ୱର : ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ପୂର୍ବରୁ ବିଭ୍ରାଟ । ସୋସିଆଲ ମିଡିଆରେ ଲିକ ହେଲା ପ୍ରଶ୍ନପତ୍ର । ଲିକ୍ ହୋଇଥିବା ପ୍ରଶ୍ନ ସୋସିଆଲ ମିଡିଆରେ ଘୁରି ବୁଲୁଥିବା କହିଛନ୍ତି ପରୀକ୍ଷାର୍ଥୀ । ପ୍ରଥମ ଦିନ ଦୁଇଟି ସିଟିଂରେ ଓଡ଼ିଆ ଭାଷା ସାହିତ୍ୟ ଓ ଇଂରାଜୀ ବିଷୟ ପରୀକ୍ଷା ହୋଇଥିଲା I

ହେଲେ ପରୀକ୍ଷା ଆରମ୍ଭ ହେବାର ଦିନକୁ ପୂର୍ବରୁ ସାହିତ୍ୟ, ଇଂରାଜୀ ବିଷୟ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ପ୍ରଘଟ ହୋଇଗଲା । ଏହାସହ ଅନ୍ୟ କିଛି ବିଷୟର ପ୍ରଶ୍ନପତ୍ର ମଧ୍ୟ ୟୁଟ୍ୟୁବ୍ ଚ୍ୟାନେଲ ସମେତ ହ୍ୱାଟ୍ସଆପରେ ଭାଇରାଲ ହୋଇଥିଲା । ଯାହାକୁ ନେଇ ପରୀକ୍ଷାରମାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସୂଚନାନୁସାରେ,ପରୀକ୍ଷାରେ ସ୍ୱଚ୍ଛତା ଲାଗି ରାଜ୍ୟରେ ୯ ହଜାରରୁ ଅଧିକ ହାଇସ୍କୁଲ୍‌ରେ ୫ ଲକ୍ଷ ୩୦ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କୁ ସମାନ ପ୍ରଶ୍ନପତ୍ରରେ ପରୀକ୍ଷା ଦେବେ ବୋଲି ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିଲା । ଏଥିଲାଗି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପ୍ରଶ୍ନପତ୍ର ତିଆରି କରିଥିଲା । ଅକ୍ଟୋବର ୪ରୁ ୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପରୀକ୍ଷା ଲାଗି ଜଉମୁଦ ଲଫାପାରେ ପ୍ରଶ୍ନପତ୍ରଗୁଡ଼ିକୁ ବୋର୍ଡ କର୍ତ୍ତୃପକ୍ଷ ରାଜ୍ୟର ବିଭିନ୍ନ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ପଠାଇଥିଲେ । ପରେ ପ୍ରଶ୍ନପତ୍ରଗୁଡ଼ିକୁ ପରୀକ୍ଷା କେନ୍ଦ୍ରରେ ସୁରକ୍ଷିତ ପଠାଯାଇଥିଲା । ବ୍ୟବସ୍ଥା ଅନୁସାରେ ପରୀକ୍ଷା କେନ୍ଦ୍ରରେ ସକାଳ ୯ଟା ୪୫ରେ ପ୍ରଶ୍ନ ପ୍ୟାକେଟ୍‌ ଖୋଲଯିବା କଥା । କିନ୍ତୁ ଦିନକ ପୂର୍ବରୁ ହିଁ ପ୍ରଶ୍ନପତ୍ର ପ୍ରଘଟ ହୋଇଛି । ମାଟ୍ରିକ୍ ମୂଲ୍ୟାୟନରେ ଷାଣ୍ମାସିକ ପରୀକ୍ଷାର କୌଣସି ଭୂମିକା ନାହିଁ । ହେଲେ ପ୍ରଶ୍ନପତ୍ର କିଭଳି ଓ କାହିଁକି ପ୍ରଘଟ ହେଲା ତାହା ସମସ୍ତଙ୍କୁ ଚକିତ କରିଛି ।

Tags: