ଡ୍ରେନରେ ପଡି ନାବାଳକ ମୃତ୍ୟୁ ଘଟଣା,ରିପୋର୍ଟ ଦେଲା ବିଏମସି

ଭୁବନେଶ୍ୱର : ରାଜଧାନୀରେ ମୁକୁଳା ଡ୍ରେନରେ ପଡି ନାବାଳକର ମୃତ୍ୟୁ ଘଟଣା I ନଗର ଉନ୍ନୟନ ବିଭାଗକୁ ରିପୋର୍ଟ ଦେଲା ବିଏମସି I ମଙ୍ଗଳବାର ଡ୍ରେନରେ ପଡି ନାବାଳକର ମୃତ୍ୟୁ ହେବା ପରେ ପୁଣି ଥରେ ବିବାଦ ମୁଣ୍ଡ ଟେକିଛି। ଗତକାଲି ବିଏମସି କୁ ଏନେଇ ରିପୋର୍ଟ ମାଗିଥିଲେ ନଗର ଉନ୍ନୟନ ମନ୍ତ୍ରୀ। କେତେ ଡ୍ରେନ ମୁକୁଳା ଅଛି ଓ କେତେ କାମ ବାକି ରହିଛି ଏନେଇ ସମସ୍ତ ବିବରଣୀ ଦେବାକୁ କୁହାଯାଇଥିଲା। ଯାହାପରେ ନଗର ଉନ୍ନୟନ […]

Samaya Live Picture
Published On

ଭୁବନେଶ୍ୱର : ରାଜଧାନୀରେ ମୁକୁଳା ଡ୍ରେନରେ ପଡି ନାବାଳକର ମୃତ୍ୟୁ ଘଟଣା I ନଗର ଉନ୍ନୟନ ବିଭାଗକୁ ରିପୋର୍ଟ ଦେଲା ବିଏମସି I ମଙ୍ଗଳବାର ଡ୍ରେନରେ ପଡି ନାବାଳକର ମୃତ୍ୟୁ ହେବା ପରେ ପୁଣି ଥରେ ବିବାଦ ମୁଣ୍ଡ ଟେକିଛି। ଗତକାଲି ବିଏମସି କୁ ଏନେଇ ରିପୋର୍ଟ ମାଗିଥିଲେ ନଗର ଉନ୍ନୟନ ମନ୍ତ୍ରୀ। କେତେ ଡ୍ରେନ ମୁକୁଳା ଅଛି ଓ କେତେ କାମ ବାକି ରହିଛି ଏନେଇ ସମସ୍ତ ବିବରଣୀ ଦେବାକୁ କୁହାଯାଇଥିଲା। ଯାହାପରେ ନଗର ଉନ୍ନୟନ ବିଭାଗକୁ ରିପୋର୍ଟ ଦେଇଛି ବିଏମସି। ରିପୋର୍ଟରେ ଡ୍ରେନେଜ ବିଭାଗର ଅଧିକାରୀଙ୍କୁ ଦାୟୀ କରାଯାଇଛି I ଡ୍ରେନ କାମ ନେଇ ସେହି ସମୟରେ ଡ୍ରେନେଜ ବିଭାଗର କାର୍ଯ୍ୟରତ ଅଧିକାରୀଙ୍କୁ ଦାୟୀ କରିଛି ବିଏମସି I ଏହା ସହ ବିଏମସି ପକ୍ଷରୁ କାର୍ଯ୍ୟର୍ଟ ଯେନକୁ ମଧ୍ୟ ନୋଟିସ ଜାରି କରାଯାଇଛି I

ସୂଚନାନୁସାରେ, ବର୍ଷାଦିନ ନଆସୁଣୁ ସ୍ମାର୍ଟସିଟି ଭୁବନେଶ୍ୱରବାସୀଙ୍କ ପାଇଁ କାଳ ସାଜୁଛି ମୁକୁଳା ଡ୍ରେନ୍‌। ସହରର ବିପର୍ଯ୍ୟସ୍ତ ଡ୍ରେନ୍‌ ବ୍ୟବସ୍ଥା ପାଇଁ ମୃତ୍ୟୁର କରାଳ ଆଁରେ ଚାଲି ଯାଉଛି ଗୋଟିଏ ପରେ ଗୋଟିଏ ଅମୂଲ୍ୟ ଜୀବନ। ମଙ୍ଗଳବାର ମୁକୁଳା ଡ୍ରେନ୍‌ରେ ପଡ଼ି ୟୁନିଟ-୩ ର ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ବିଏମ୍‌ସିର ବିଫଳତା ପାଇଁ ବାରମ୍ବାର ଏଭଳି ଅଘଟଣ ଘଟୁଥିବାବେଳେ କର୍ତ୍ତୃପକ୍ଷ ଙ୍କ ଚେତା ପଶୁନଥିବା ପରି ମନେ ହେଉଛି ।

Tags: