ଟ୍ୟୁସନ ସାରି ଫେରୁଥିବା ବେଳେ ଟ୍ରକ୍ ଧକ୍କାରେ ନାବାଳିକା ମୃତ
ଢେଙ୍କାନାଳ :ଟ୍ରକ ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁI ଢେଙ୍କାନାଳ ଜିଲ୍ଲା ସଦରଥାନା ଅନ୍ତର୍ଗତ ଡେରାଶିଂ ନିକଟରେ ଘଟିଛି ଏହି ଦୁର୍ଘଟଣା I ମୃତ ଛାତ୍ରୀଙ୍କର ନାଁ ପଦ୍ମିନୀ ସାହୁ (୧୪ ବର୍ଷ)I ତାଙ୍କ ଘର ସୁଆଖାଇ କାଟେଣି ଗାଁରେ I ପଦ୍ମିନୀ ଆଜି ସକାଳୁ ୬ଟା ରେ ଘରୁ ଟ୍ୟୁସନ ପଢିବାକୁ ଯାଉଥିବା ବେଳେ ଡେରାସିଂ ଗ୍ରାମ ନିକଟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି […]
ଢେଙ୍କାନାଳ :ଟ୍ରକ ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁI ଢେଙ୍କାନାଳ ଜିଲ୍ଲା ସଦରଥାନା ଅନ୍ତର୍ଗତ ଡେରାଶିଂ ନିକଟରେ ଘଟିଛି ଏହି ଦୁର୍ଘଟଣା I ମୃତ ଛାତ୍ରୀଙ୍କର ନାଁ ପଦ୍ମିନୀ ସାହୁ (୧୪ ବର୍ଷ)I ତାଙ୍କ ଘର ସୁଆଖାଇ କାଟେଣି ଗାଁରେ I
ପଦ୍ମିନୀ ଆଜି ସକାଳୁ ୬ଟା ରେ ଘରୁ ଟ୍ୟୁସନ ପଢିବାକୁ ଯାଉଥିବା ବେଳେ ଡେରାସିଂ ଗ୍ରାମ ନିକଟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣାରେ ସ୍ଥାନୀୟ ଲୋକେ ଢେଙ୍କାନାଳ-ତରଭା ରାସ୍ତାର ରଞ୍ଜା ଛକଠାରେ ରାସ୍ତାରୋକ କରିଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ି ଜବତ କରି ତଦନ୍ତ ଆରମ୍ଭ କରିଛି।




