ଶେଷ ପର୍ଯ୍ୟାୟ ମତଦାନ ପୂର୍ବରୁ କେନ୍ଦ୍ରୀୟ ନେତାଙ୍କ ମାରାଥନ ଗସ୍ତ

ଭୁବନେଶ୍ୱର : ଜୁନ ୧ ତାରିଖ ହେଉଛି ରାଜ୍ୟର ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ I ଏଥିପାଇଁ ଚାଲିଛି ଜୋରଦାର ପ୍ରଚାର I ଘନ ଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରୀୟ ହେଭିୱେଟ । ଆସନ୍ତା ୨୯ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ I ସେ ୨୯ ତାରିଖରେ ବାରିପଦା, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ମାରାଥନ ପ୍ରଚାର କରିବେ । ୨୯ ତାରିଖ ଦିନ ୧୨ଟାରେ ବାରିପଦା ଛଉ ପଡ଼ିଆରେ ମୋଦିଙ୍କ ପ୍ରଥମ ସଭା ରହିଛି। […]

Samaya Live Picture
Published On

ଭୁବନେଶ୍ୱର : ଜୁନ ୧ ତାରିଖ ହେଉଛି ରାଜ୍ୟର ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ I ଏଥିପାଇଁ ଚାଲିଛି ଜୋରଦାର ପ୍ରଚାର I ଘନ ଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରୀୟ ହେଭିୱେଟ । ଆସନ୍ତା ୨୯ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ I ସେ ୨୯ ତାରିଖରେ ବାରିପଦା, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ମାରାଥନ ପ୍ରଚାର କରିବେ । ୨୯ ତାରିଖ ଦିନ ୧୨ଟାରେ ବାରିପଦା ଛଉ ପଡ଼ିଆରେ ମୋଦିଙ୍କ ପ୍ରଥମ ସଭା ରହିଛି। ଏହାପରେ ସାଢ଼େ ଗୋଟାଏରେ ବାଲେଶ୍ୱରରେ ଓ ସାଢେ ୩ଟାରେ କେନ୍ଦ୍ରାପଡ଼ାରେ ବିଶାଳ ଜନସଭାକୁ ମୋଦି ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି।

ସେହିପରି ୨୮ ତାରିଖରେ ଗୃହମନ୍ତ୍ରୀ ଅମିତ ଶାହଙ୍କର ଓଡିଶା ଗସ୍ତ ରହିଛି I ସେ ୨୮ତାରିଖ ଦିନ ୧୦ଟାରେ ଚାନ୍ଦବାଲିରେ ପ୍ରଥମ ସଭା ପରେ କୋରେଇ ଓ ନିମାପଡ଼ାରେ ଜନସଭାକୁ ସମ୍ବୋଧନ କରିବେ । ଏପଟେ ଆଜି ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀହିମନ୍ତ ବିଶ୍ୱଶର୍ମା। ଏହି ୨ ଦିନରେ ସେ ୮ଟି ସ୍ଥାନରେ ପ୍ରଚାର କରିବେ। ଆସନ୍ତାକାଲି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ କାକଟପୁରରେ ପ୍ରଚାର କରିବେ ବିଶ୍ୱଶର୍ମା।

ଅନ୍ୟପଟେ ଆସନ୍ତା ୨୯ ତାରିଖରେ ପୁଣି ଥରେ ଓଡିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ । ସେହିପରି ୩୦ରେ ଏମ୍‌ପି ରାହୁଲ ଗାନ୍ଧୀ ମଧ୍ୟ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି ।

ଏନେଇ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି। ଖାର୍ଗେ ମେ ୨୯, ଦିନ ୧୧ଟାରେ ବାଲେଶ୍ୱର ଏବଂ ପରେ ଅପରାହ୍ନ ୩ଟାରେ ଚାନ୍ଦବାଲିରେ ସଭା କରିବେ। ସେହିପରି ରାହୁଲ ଗାନ୍ଧୀ ମେ ୩୦, ୧୧ଟାରେ ସିମୁଳିଆ ସାନମହିତପୁରରେ ରାହୁଲ ସଭା କରିବାର କାର୍ଯ୍ୟକ୍ରମ ରହିଛି।

Tags: