ଡିଜିପି ସମ୍ମିଳନୀକୁ ଭଣ୍ଡୁର କରିବା ପାଇଁ ଆତଙ୍କୀ ପନ୍ନୁ ନାଁରେ ଆସିଲା ମେଲ
ଭୁବନେଶ୍ବର: ଡିଜିପି କନଫରେନ୍ସକୁ ଭଣ୍ଡୁର କରିବାକୁ ଖାଲୀସ୍ତାନୀ ଆତଙ୍କୀ ପନ୍ନୁର ର ଧମକ । ଗୁରପତୱନ୍ତ ପନ୍ନୁ ନାଁରେ ସାମ୍ବାଦିକଙ୍କୁ ଧମକପୂର୍ଣ୍ଣ ମେଲ୍ ଆସିଥିବା ଅଭିଯୋଗ ହୋଇଛି । ଖଲିସ୍ତାନୀ ପତାକା ଉଡାଇଲେ ୨୫ ଲକ୍ଷ ଟଙ୍କା ପୁରୁସ୍କାର ଦେବା ପାଇଁ କୁହାଯାଇଥିବା ବେଳେ ମେଲରେ ଡିଜିପି ସମ୍ମିଳନୀ ଭଣ୍ଡୁର ପାଇଁ ମେଲ ଆସିଥିବା ଜଣାପଡିଛି । ଏହାସହିତ ଅଡିଓ ମେସେଜରେ ଭୁବନେଶ୍ବର ଏୟାରପୋର୍ଟକୁ ଟାର୍ଗେଟ କରାଯାଇଥିବା ମଧ୍ୟ ଜଣାପଡିଛି । ତେବେ ମେସେଜର କ୍ୟାପ୍ସନ ଓଡିଆରେ […]
ଭୁବନେଶ୍ବର: ଡିଜିପି କନଫରେନ୍ସକୁ ଭଣ୍ଡୁର କରିବାକୁ ଖାଲୀସ୍ତାନୀ ଆତଙ୍କୀ ପନ୍ନୁର ର ଧମକ । ଗୁରପତୱନ୍ତ ପନ୍ନୁ ନାଁରେ ସାମ୍ବାଦିକଙ୍କୁ ଧମକପୂର୍ଣ୍ଣ ମେଲ୍ ଆସିଥିବା ଅଭିଯୋଗ ହୋଇଛି । ଖଲିସ୍ତାନୀ ପତାକା ଉଡାଇଲେ ୨୫ ଲକ୍ଷ ଟଙ୍କା ପୁରୁସ୍କାର ଦେବା ପାଇଁ କୁହାଯାଇଥିବା ବେଳେ ମେଲରେ ଡିଜିପି ସମ୍ମିଳନୀ ଭଣ୍ଡୁର ପାଇଁ ମେଲ ଆସିଥିବା ଜଣାପଡିଛି । ଏହାସହିତ ଅଡିଓ ମେସେଜରେ ଭୁବନେଶ୍ବର ଏୟାରପୋର୍ଟକୁ ଟାର୍ଗେଟ କରାଯାଇଥିବା ମଧ୍ୟ ଜଣାପଡିଛି । ତେବେ ମେସେଜର କ୍ୟାପ୍ସନ ଓଡିଆରେ ଲୋଖାହୋଇଥିବାରୁ ତାକୁ ନେଇ ସନ୍ଦେହ ବୃଦ୍ଧି ପାଇଛି । କାନାଡା ଖଲିସ୍ତାନୀ ହୋଇ କିଭଳି ଓଡିଆରେ ଲେଖିଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ପନ୍ନୁର ଧମକ ପରେ ଭୁବନେଶ୍ବରରେ ସୁରକ୍ଷା ବଳୟକୁ ବଢାଯାଇଥିବା ଜଣାପଡିଛି ।




