ମଧ୍ୟାହ୍ନ ଭୋଜନରେ ଝିଟିପିଟି,ଛାତ୍ରଛାତ୍ରୀ ଅସୁସ୍ଥ

ସରୋ : ମଧ୍ୟାହ୍ନ ଭୋଜନରୁ ବାହାରିଲା ଝିଟିପିଟି । ଭୋଜନ ଖାଇ ୭୦ ରୁ ଉର୍ଧ୍ଵ ଛାତ୍ରଛାତ୍ରୀ ଅସୁସ୍ଥ। ସୋର ସାଜନପୁର ପଞ୍ଚାୟତ ଉଦୟନାରାୟଣ ବିଦ୍ୟାପୀଠରେ ଘଟିଛି ଏହି ଘଟଣା । ମଧ୍ୟାହ୍ନ ଭୋଜନରୁ ୨ଟି ଝିଟିପିଟି ବାହାରିଥିବା ଅଭିଯୋଗ ହୋଇଛି । ଆଜି ମଧ୍ୟାହ୍ନ ଭୋଜନ ଖାଇ ପାଖାପାଖି ୭୦ ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ସୋର ଡାକ୍ତରଖନାରେ ଭର୍ତି ହୋଇଥିଲେ । ସ୍କୁଲରେ ୩ଶହ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଡ଼ାଲି ଓ ଭାତ […]

Samaya Live Picture
Published On

ସରୋ : ମଧ୍ୟାହ୍ନ ଭୋଜନରୁ ବାହାରିଲା ଝିଟିପିଟି । ଭୋଜନ ଖାଇ ୭୦ ରୁ ଉର୍ଧ୍ଵ ଛାତ୍ରଛାତ୍ରୀ ଅସୁସ୍ଥ। ସୋର ସାଜନପୁର ପଞ୍ଚାୟତ ଉଦୟନାରାୟଣ ବିଦ୍ୟାପୀଠରେ ଘଟିଛି ଏହି ଘଟଣା । ମଧ୍ୟାହ୍ନ ଭୋଜନରୁ ୨ଟି ଝିଟିପିଟି ବାହାରିଥିବା ଅଭିଯୋଗ ହୋଇଛି ।

ଆଜି ମଧ୍ୟାହ୍ନ ଭୋଜନ ଖାଇ ପାଖାପାଖି ୭୦ ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ସୋର ଡାକ୍ତରଖନାରେ ଭର୍ତି ହୋଇଥିଲେ । ସ୍କୁଲରେ ୩ଶହ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଡ଼ାଲି ଓ ଭାତ ଖାଇବାକୁ ଦିଆଯାଇଥିଲା। ଖାଇବା ବେଳେ ଜଣେ ଛାତ୍ର ଖାଦ୍ୟରେ ଝିଟିପିଟି ପଡ଼ିଥିବା ଦେଖିବାକୁ ପାଇଥିଲେ। ସେତେବେଳକୁ ଅନେକ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇ ସାରିଥିଲେ। ଝିଟିପିଟି ପଡ଼ିଥିବା ଦେଖିବା ପରେ ବିଦ୍ୟାଳୟରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ବନ୍ଦ କରାଯାଇଥିଲା। ତେବେ ସେହି ସମୟ ମଧ୍ୟରେ କେତେଜଣ ପିଲାଙ୍କ ପେଟ କାଟିବା ସହ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ କମିଟି ମେମ୍ବର ମାନେ ୫ଟି ୧୦୮ ଆମ୍ବୁଲାନ୍ସ ଯୋଗେ ସରୋ ଡାକ୍ତରଖାନାରେ ଭାରି କରାଯାଇଛି ।

Tags: