କେନ୍ଦୁଝରରେ ୬୫ ହଜାର କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବ ବୃହତ୍ ଷ୍ଟିଲ୍ କାରଖାନା
ଭୁବନେଶ୍ବର: ଖଣିଜ ସଂପଦରେ ପରିପୂର୍ଣ୍ଣ କେନ୍ଦୁଝରରେ ପ୍ରତିଷ୍ଠା ହେବ ବୃହତ ଷ୍ଟିଲ୍ କାରଖାନା । ଭୁବନେଶ୍ବରରେ ଆୟୋଜିତ ଦୁଇଦିନିଆ ‘ଉତ୍କର୍ଷ ଓଡ଼ିଶା’ କନ୍କ୍ଲେଭ୍ରେ ଏଥି ପାଇଁ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇପାରେ। ଏହି କାରଖାନା ନିର୍ମାଣ ପାଇଁ ୬୫ ହଜାର କୋଟି ଟଙ୍କା ବିନିଯୋଗ ହେବ। ଏହି କାରଖାନା ମାଧ୍ୟମରେ ବେରୋଜଗାରୀଙ୍କୁ ପ୍ରତକ୍ଷ୍ୟ ଓ ପରୋକ୍ଷା ଭାବେ ରୋଜଗାର ମିଳିବ। ୩ ଦିନିଆ କେନ୍ଦୁଝର ଗସ୍ତରେ ଯାଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲାରେ ମେଗା […]
ଭୁବନେଶ୍ବର: ଖଣିଜ ସଂପଦରେ ପରିପୂର୍ଣ୍ଣ କେନ୍ଦୁଝରରେ ପ୍ରତିଷ୍ଠା ହେବ ବୃହତ ଷ୍ଟିଲ୍ କାରଖାନା । ଭୁବନେଶ୍ବରରେ ଆୟୋଜିତ ଦୁଇଦିନିଆ ‘ଉତ୍କର୍ଷ ଓଡ଼ିଶା’ କନ୍କ୍ଲେଭ୍ରେ ଏଥି ପାଇଁ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇପାରେ। ଏହି କାରଖାନା ନିର୍ମାଣ ପାଇଁ ୬୫ ହଜାର କୋଟି ଟଙ୍କା ବିନିଯୋଗ ହେବ। ଏହି କାରଖାନା ମାଧ୍ୟମରେ ବେରୋଜଗାରୀଙ୍କୁ ପ୍ରତକ୍ଷ୍ୟ ଓ ପରୋକ୍ଷା ଭାବେ ରୋଜଗାର ମିଳିବ। ୩ ଦିନିଆ କେନ୍ଦୁଝର ଗସ୍ତରେ ଯାଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲାରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ହେବ ବୋଲି ଗଣମାଧ୍ୟମର ପ୍ରତିନିଧିମାନଙ୍କୁ କହିଛନ୍ତି।
କେନ୍ଦୁଝର ଗସ୍ତକାଳରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର କହିଛନ୍ତି, ଜିଲ୍ଲାରେ ହେବାକୁ ଥିବା ଏହି କାରଖାନା ପାଇଁ ଚଳିତ ମାସ ଭୁବନେଶ୍ବରରେ ଆୟୋଜିତ ଦୁଇଦିନିଆ ‘ଉତ୍କର୍ଷ ଓଡ଼ିଶା’ କନ୍କ୍ଲେଭ୍ରେ ଏଥି ପାଇଁ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇପାରେ। ଏହି କାରଖାନା ନିର୍ମାଣ ପାଇଁ ୬୫ ହଜାର କୋଟି ଟଙ୍କା ବିନିଯୋଗ ହେବ ।
କେନ୍ଦୁଝର ଗସ୍ତର ଆଜି ୨ୟ ଦିନରେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ଧରଣୀଧର ବିଶ୍ୱ ବିଦ୍ୟାଳୟ ଖେଳ ପଡ଼ିଆଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସ୍ତରୀୟ ବର୍ଦ୍ଧିତ ଭତ୍ତା ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ୮୦ ବର୍ଷରୁ ଊର୍ଦ୍ଧ୍ବ ହିତାଧିକାରୀ ଓ ଦିବ୍ୟାଙ୍ଗଙ୍କୁ ମାସିକ ୩୫୦୦ ଟଙ୍କା ଲେଖାଏ ମିଳିବ ବର୍ଦ୍ଧିତ ଭତ୍ତା । ଜିଲ୍ଲାର ୧୩ ବ୍ଲକର ୯ ହଜାର ୯୧୩ ହିତାଧିକାରୀ ବର୍ଦ୍ଧିତ ପେନସନ ପାଇବେ ।




