IAS ସ୍ତରରେ ବଡ଼ ଧରଣର ଅଦଳବଦଳ
ଭୁବନେଶ୍ୱର : ରାଜ୍ୟରେ IAS ସ୍ତରରେ ବଡ଼ ଧରଣର ଅଦଳବଦଳ। ବଦଳିଲେ ୧୭ଟି ଜିଲ୍ଲାର ଜିଲ୍ଲାପାଳ। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ହେଲେ ଶ୍ରୀମନ୍ଦିରର ଅତିରିକ୍ତ ମୁଖ୍ୟ ପ୍ରଶାସକ I ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିବା ରଂଜନ ଦାସ ହୋଇଛନ୍ତି କେନ୍ଦ୍ରାଞ୍ଚଳ ଆରଡିସି। ତେମ୍ ଜେଙ୍ଗ ଓ୍ବାପଙ୍ଗ ହେଲେ ପବ୍ଲିକ ଏଣ୍ଟରପ୍ରାଇଜେସ୍ ସଚିବ। ଶ୍ରୀକାନ୍ତ ପୃଷ୍ଟି ଉତ୍ତରାଞ୍ଚଳ ଆରଡିସି,କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଲଘୁ ଖଣିଜ ବିଭାଗ ନିର୍ଦ୍ଦେଶକ, ନିଖିଲ ପବନ କଲ୍ୟାଣଙ୍କୁ ଗ୍ରାମ୍ୟ ଉନ୍ନୟନ ନିର୍ଦ୍ଦେଶକ ଏବଂ […]
ଭୁବନେଶ୍ୱର : ରାଜ୍ୟରେ IAS ସ୍ତରରେ ବଡ଼ ଧରଣର ଅଦଳବଦଳ। ବଦଳିଲେ ୧୭ଟି ଜିଲ୍ଲାର ଜିଲ୍ଲାପାଳ। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ହେଲେ ଶ୍ରୀମନ୍ଦିରର ଅତିରିକ୍ତ ମୁଖ୍ୟ ପ୍ରଶାସକ I ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିବା ରଂଜନ ଦାସ ହୋଇଛନ୍ତି କେନ୍ଦ୍ରାଞ୍ଚଳ ଆରଡିସି।
ତେମ୍ ଜେଙ୍ଗ ଓ୍ବାପଙ୍ଗ ହେଲେ ପବ୍ଲିକ ଏଣ୍ଟରପ୍ରାଇଜେସ୍ ସଚିବ। ଶ୍ରୀକାନ୍ତ ପୃଷ୍ଟି ଉତ୍ତରାଞ୍ଚଳ ଆରଡିସି,କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଲଘୁ ଖଣିଜ ବିଭାଗ ନିର୍ଦ୍ଦେଶକ, ନିଖିଲ ପବନ କଲ୍ୟାଣଙ୍କୁ ଗ୍ରାମ୍ୟ ଉନ୍ନୟନ ନିର୍ଦ୍ଦେଶକ ଏବଂ ମନୀଷା ବାନାର୍ଜୀଙ୍କୁ ସାମାଜିକ କଲ୍ୟାଣ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି।
ଅନ୍ୟପକ୍ଷେ କେନ୍ଦୁଝର ଜିଲାପାଳ ଆଶିଷ ଠାକରେଙ୍କୁ ମୟୂରଭଞ୍ଜ ଜିଲାପାଳ ଭାବେ ବଦଳି କରାଯାଇଥିବା ବେଳେ ମୟୂରଭଞ୍ଜ ଜିଲାପାଳ ବୀନିତ ଭରଦ୍ୱାଜଙ୍କୁ କଟକ ଜିଲାପାଳ ଭାବେ ନିଯୁକ୍ତି ଦିଆଯାଇଛି।
ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ହୋଇଥିବା ଏ ବଡ଼ ଧରଣର ପ୍ରଶାସନିକ ଅଦବଦଳରେ ମୋଟ ୩୮ ଆଇଏଏସ ଓ ୩ ଓଏଏସଙ୍କୁ ମିଶାଇ ମୋଟ ୪୧ ଜଣ ପ୍ରାଶାସନିକ ଅଧିକାରୀଙ୍କ ବିଭାଗ ଓ ପଦବୀରେ ଅଦଳବଦଳ କରାଯାଇଛି।




