ରାଜଧାନୀରେ ବଡ଼ ଧରଣର ଆୟକର ଚଢ଼ାଉ
ଭୁବନେଶ୍ୱର : ରାଜଧାନୀରେ ବଡ଼ ଧରଣର ଇନକମ ଟ୍ୟାକ୍ସ ଚଢ଼ାଉ I ପୁରୁଣା ପୋଷ୍ଟ ଅଫିସ୍ ଲେନ୍ ବୁଦ୍ଧେଶ୍ୱରୀ କଲୋନୀରେ ଥିବା ଜୈନ ଫ୍ଲେକ୍ସ ପ୍ରିଣ୍ଟ ମିଡିଆ ହାଉସ୍ ଉପରେ ଚଢ଼ାଉ କରାଯାଇଛି। ଆୟକର ଫାଙ୍କିବା ଅଭିଯୋଗରେ ଏହି ଚଢ଼ାଉ ଚାଲିଥିବା ଜଣାଯାଇଛି। ଚଢ଼ାଉ ଚାଲିଥିବା ବେଳେ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହୋଇଥିବା ସୂଚନା ରହିଛି। ଏହି ଫ୍ଲେକ୍ସ ପ୍ରିଣ୍ଟ କମ୍ପାନୀରେ ବିଭିନ୍ନ ରାଜନୈତିକ ଦଳ ଗୁଡିକର ପ୍ରଚାର ନିମନ୍ତେ ଫ୍ଲେକ୍ସ ପ୍ରିଣ୍ଟ କରାଯାଉଥିବା […]
ଭୁବନେଶ୍ୱର : ରାଜଧାନୀରେ ବଡ଼ ଧରଣର ଇନକମ ଟ୍ୟାକ୍ସ ଚଢ଼ାଉ I ପୁରୁଣା ପୋଷ୍ଟ ଅଫିସ୍ ଲେନ୍ ବୁଦ୍ଧେଶ୍ୱରୀ କଲୋନୀରେ ଥିବା ଜୈନ ଫ୍ଲେକ୍ସ ପ୍ରିଣ୍ଟ ମିଡିଆ ହାଉସ୍ ଉପରେ ଚଢ଼ାଉ କରାଯାଇଛି। ଆୟକର ଫାଙ୍କିବା ଅଭିଯୋଗରେ ଏହି ଚଢ଼ାଉ ଚାଲିଥିବା ଜଣାଯାଇଛି। ଚଢ଼ାଉ ଚାଲିଥିବା ବେଳେ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହୋଇଥିବା ସୂଚନା ରହିଛି। ଏହି ଫ୍ଲେକ୍ସ ପ୍ରିଣ୍ଟ କମ୍ପାନୀରେ ବିଭିନ୍ନ ରାଜନୈତିକ ଦଳ ଗୁଡିକର ପ୍ରଚାର ନିମନ୍ତେ ଫ୍ଲେକ୍ସ ପ୍ରିଣ୍ଟ କରାଯାଉଥିବା ସୂଚନା ମିଳିଛି I ତେବେ ଗତକାଲି ଠାରୁ ଜିଏସ୍ଟି ଚଢ଼ାଉ ଚାଲୁଥିଲା I ସେଠାରେ ବିପୁଳ ପରିମାଣରେ ଟଙ୍କା ମିଳିବା ପରେ ଏନେଇ ଆୟକର ବିଭାଗକୁ ସୂଚନା ଦିଆଯାଇଥିଲା I
ସୂଚନାନୁସାରେ,ବୁଦ୍ଧେଶ୍ୱରୀ କଲୋନୀରେ ରଞ୍ଜିତ ଜୈନ ଘରେ ଚଢାଉ ବେଳେ ଏତେ ପରିମାଣର ନଗଦ ଟଙ୍କା ଜବତ ହୋଇଛି । ଘର ତଳ ମହଲାରେ ଥିବା ପ୍ରିଣ୍ଟିଂ ପ୍ରେସରୁ ଟଙ୍କା ଜବତ କରାଯାଇଛି । ନିର୍ବାଚନ ସମୟରେ ଏତେ ପରିମାଣର ଟଙ୍କା କାହାର, ସେନେଇ ରଞ୍ଜିତ ଜୈନଙ୍କୁ ପଚରାଉଚରା କରୁଛନ୍ତି ଆୟକର ଅଧିକାରୀ ।




