ଦୁର୍ଘଟଣାଗ୍ରସ୍ତ କାର୍ ରୁ ଜବତ ହେଲା ବିପୁଳ ପରିମାଣରେ ଗଞ୍ଜେଇ
କୋରାପୁଟ: ପୋଲ ତଳୁ ଉଦ୍ଧାର ହେଲା ଦୁର୍ଘଟଣାଗ୍ରସ୍ତ କାର I ଉଦ୍ଧାର କାର ଭିତରୁ ଦୁଇ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ ହୋଇଛି I କୋରାପୁଟ୍ କୁନ୍ଦୁରା ଥାନା କଟଲାପଦର ପୋଲ ତଳୁ ଏହି କାର ଟି ଉଦ୍ଧାର ହୋଇଥିବାବେଳେ ଏହାର ମାଲିକ କିଏ ଏବଂ କିପରି ଦୁର୍ଘଟଣା ଘଟିଲା, ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। କାରରେ କେହି ନଥିବାବେଳେ ଗାଡିରୁ ୪ଟି ନମ୍ବର ପ୍ଲେଟ୍ ଜବତ ହୋଇଛି। ଓଡିଶା ନମ୍ବର ପ୍ଲେଟ୍ ସହିତ ୩ଟି […]
କୋରାପୁଟ: ପୋଲ ତଳୁ ଉଦ୍ଧାର ହେଲା ଦୁର୍ଘଟଣାଗ୍ରସ୍ତ କାର I ଉଦ୍ଧାର କାର ଭିତରୁ ଦୁଇ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ ହୋଇଛି I କୋରାପୁଟ୍ କୁନ୍ଦୁରା ଥାନା କଟଲାପଦର ପୋଲ ତଳୁ ଏହି କାର ଟି ଉଦ୍ଧାର ହୋଇଥିବାବେଳେ ଏହାର ମାଲିକ କିଏ ଏବଂ କିପରି ଦୁର୍ଘଟଣା ଘଟିଲା, ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। କାରରେ କେହି ନଥିବାବେଳେ ଗାଡିରୁ ୪ଟି ନମ୍ବର ପ୍ଲେଟ୍ ଜବତ ହୋଇଛି। ଓଡିଶା ନମ୍ବର ପ୍ଲେଟ୍ ସହିତ ୩ଟି ଛତିଶଗଡ ନମ୍ବର ପ୍ଲେଟ୍ ମଧ୍ୟ ରହିଛି। ଏହାପରେ ଅଧିକ ସନ୍ଦେହ ବଢିଛି। କାରରୁ ପାଖାପାଖି ଦୁଇ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଛି। ସମ୍ପୃକ୍ତ କାରରେ ଗଞ୍ଜେଇ ଚାଲାଣ କରାଯାଉଥିବା ସନ୍ଦେହ କରି ପୁଲିସ୍ ତଦନ୍ତ କରୁଛି।




