କାରରୁ ବିପୁଳ ପରିମାଣରେ ଟଙ୍କା ଜବତ

ମାଲକାନଗିରି : କାର ଭିତରୁ ଜବତ ହେଲା ୩୦ ଲକ୍ଷ ଟଙ୍କା I ଟଙ୍କା ସହିତ ୨ ବ୍ୟବସାୟୀଙ୍କୁ ଅଟକ ରଖିଛି ପୋଲିସ I ମାଲକାନଗିରି ଜିଲ୍ଲାରୁ ସୁକମା ଯାଉଥିବାବେଳେ ଏହି ଦୁଇ ବ୍ୟବସାୟୀଙ୍କୁ ପୋଲିସ ଅଟକ ରଖିଥିଲା ଫ୍ଲାଇଙ୍ଗ ସ୍କ୍ୱାର୍ଡ I ସୂଚନାନୁସାରେ,ମାଲକାନଗିରି ଜିଲ୍ଲାର ୨ ପ୍ରତିଷ୍ଠିତ ବ୍ୟବସାୟୀ ହେମନ୍ତ ପଟ୍ଟନାୟକ ଓ ପାଲ ସ୍ୱାମୀ ନିଜ କାରରେ ସୁକମା ଆଡକୁ ଯାଉଥିବାବେଳେ ଚାଲାଣଗୁଡା ନିକଟରେ ଚେକିଂ କରାଯାଉଥିଲା I ଏହି ସମୟରେ କାରରୁ ୩୦ […]

Samaya Live Picture
Published On

ମାଲକାନଗିରି : କାର ଭିତରୁ ଜବତ ହେଲା ୩୦ ଲକ୍ଷ ଟଙ୍କା I ଟଙ୍କା ସହିତ ୨ ବ୍ୟବସାୟୀଙ୍କୁ ଅଟକ ରଖିଛି ପୋଲିସ I ମାଲକାନଗିରି ଜିଲ୍ଲାରୁ ସୁକମା ଯାଉଥିବାବେଳେ ଏହି ଦୁଇ ବ୍ୟବସାୟୀଙ୍କୁ ପୋଲିସ ଅଟକ ରଖିଥିଲା ଫ୍ଲାଇଙ୍ଗ ସ୍କ୍ୱାର୍ଡ I

ସୂଚନାନୁସାରେ,ମାଲକାନଗିରି ଜିଲ୍ଲାର ୨ ପ୍ରତିଷ୍ଠିତ ବ୍ୟବସାୟୀ ହେମନ୍ତ ପଟ୍ଟନାୟକ ଓ ପାଲ ସ୍ୱାମୀ ନିଜ କାରରେ ସୁକମା ଆଡକୁ ଯାଉଥିବାବେଳେ ଚାଲାଣଗୁଡା ନିକଟରେ ଚେକିଂ କରାଯାଉଥିଲା I ଏହି ସମୟରେ କାରରୁ ୩୦ ଲକ୍ଷ ଟଙ୍କା ଜବତ କରାଯାଇଥିଲା । ତେବେ କେନ୍ଦୁପତ୍ର ତୋଳାଳିଙ୍କୁ ଟଙ୍କା ପ୍ରଦାନ କରିବାକୁ ନେଉଥିବା କହିଥିଲେ ବ୍ୟବସାୟୀ । ଦୁଇ ବ୍ୟବସାୟୀଙ୍କୁ ଅଟକ ରଖି ମାଲକାନଗିରି ଜିଲ୍ଲା ଆଦର୍ଶ ଥାନା ପୋଲିସକୁ ହସ୍ତାନ୍ତର କଳରିଥିଲା ଫ୍ଲାଇଙ୍ଗ ସ୍କ୍ୱାର୍ଡ I ପୋଲିସ ଉଭୟଙ୍କୁ ପଚରାଉଚୁରା କରି ଛାଡିଦେଇଥିବା ସୂଚନା ମିଳିଛି । ଏହାସହ ଜବତ ଟଙ୍କାକୁ ଆୟକର ଅଧିକାରୀଙ୍କୁ ହସ୍ତାନ୍ତର କରିବା ନେଇ ସୂଚନା ଦେଇଛନ୍ତି ।

Tags: