କଟକରେ ଡ୍ରେନ ନିର୍ମାଣ ବେଳେ ଅଘଟଣ:ଜଣେ ଶ୍ରମିକ ମୃତ,ଦୁଇଜଣ ଗୁରୁତର

କଟକ:ଡ୍ରେନ କାମ ହେଉଥିଲା। ହେଲେ ହଠାତ ଭୁଶୁଡି ପଡ଼ିଲା ପାଚେରୀ। ଚାଲିଗଲା ଜୀବନ। କଟକ ବିଡାନାସୀରେ ଘଟିଛି ଏଭଳି ଦୁଖଃଦ ଘଟଣା। ଡ୍ରେନ କାମ ହେଉଥିଲା। ୩ ଜଣ। ଶ୍ରମିକ କାମ କରୁଥିଲେ। ପାଚେରୀ ଭୁସିଡ଼ି ପଡିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି କଟକ ପଟାପୋଲୋ ଅଞ୍ଚଳର ଶଙ୍କରି। ଅନ୍ୟ ଦୁଇ ଜଣ ଶ୍ରମିକଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ସେଠାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା […]

Samaya Live Picture
Published On

କଟକ:ଡ୍ରେନ କାମ ହେଉଥିଲା। ହେଲେ ହଠାତ ଭୁଶୁଡି ପଡ଼ିଲା ପାଚେରୀ। ଚାଲିଗଲା ଜୀବନ। କଟକ ବିଡାନାସୀରେ ଘଟିଛି ଏଭଳି ଦୁଖଃଦ ଘଟଣା। ଡ୍ରେନ କାମ ହେଉଥିଲା। ୩ ଜଣ। ଶ୍ରମିକ କାମ କରୁଥିଲେ। ପାଚେରୀ ଭୁସିଡ଼ି ପଡିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି କଟକ ପଟାପୋଲୋ ଅଞ୍ଚଳର ଶଙ୍କରି। ଅନ୍ୟ ଦୁଇ ଜଣ ଶ୍ରମିକଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ସେଠାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଆହତ ହୋଇ ଚିକିତ୍ସତ ହେଉଛନ୍ତି।

ସେପଟେ କାମ କରୁଥିବା ସମୟରେ ଏହାର ତଦାରଖ କରିବା ପାଇଁ ଠିକାଦାର କି ସୁପର ଭାଇଜର ଉପସ୍ଥିତ ନଥିଲେ ତା ସହ ଠିକାଦର ଜଣେ ଶିଶୁ ଶ୍ରମିକକୁ କାମରେ ଲଗାଇବା ସହ ସେମାନଙ୍କୁ କୌଣସି ସୁରକ୍ଷା ଉପକରଣ ଦେଇନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ପୂର୍ବରୁ ଏହି ଅଂଚଳରେ ଡ୍ରେନରେ ବୁଡି ଜଣଙ୍କରେ ଜୀବନ ଚାଲି ଯାଇଥିଲା। ଏଵେ ପୁଣି ଥରେ ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି।

Tags: