କାରରୁ ବିପୁଳ ପରିମାଣରେ ରୂପା ଅଳଙ୍କାର ଜବତ

ସମ୍ବଲପୁର : ଗଞ୍ଜେଇ ଚେକିଂ ବେଳେ ଏକ କାରରୁ ବିପୁଳ ପରିମାଣର ରୂପା ଜବତ । ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଝୁରୀପଡ଼ାରୁ ଏହି ରୂପା ଜବତ କରିଛି ସମ୍ବଲପୁର GST ବିଭାଗ । କାର ପଛ ସିଟ ତଳୁ ୧୬୬ କେଜି ୪୬୦ ଗ୍ରାମର ରୂପା ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଏକ କାର୍‌ ଯୋଗେ ବିପୁଳ ପରିମାଣର ରୂପା କୌଣସି […]

Samaya Live Picture
Published On

ସମ୍ବଲପୁର : ଗଞ୍ଜେଇ ଚେକିଂ ବେଳେ ଏକ କାରରୁ ବିପୁଳ ପରିମାଣର ରୂପା ଜବତ । ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଝୁରୀପଡ଼ାରୁ ଏହି ରୂପା ଜବତ କରିଛି ସମ୍ବଲପୁର GST ବିଭାଗ । କାର ପଛ ସିଟ ତଳୁ ୧୬୬ କେଜି ୪୬୦ ଗ୍ରାମର ରୂପା ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।

ଏକ କାର୍‌ ଯୋଗେ ବିପୁଳ ପରିମାଣର ରୂପା କୌଣସି ସ୍ଥାନକୁ ଯାଉଥିଲା । ସମ୍ବଲପୁର ସିଟି ଜିଏସ୍‌ଟି ବିଭାଗ କୌଣସି ସୁତ୍ରରୁ ଖବର ପାଇ ରେଙ୍ଗାଲି ଝୁରିପଡ଼ା ନିକଟରେ କାର୍‌କୁ ଅଟକାଇଥିଲା । ଆଉ ସିଜ୍‌ ପରେ କାର୍‌ରୁ ପ୍ରାୟ ଦେଢ କ୍ୱିଣ୍ଟାଲ ରୂପା ଥିବା ଜାଣିବାକୁ ପାଇଥିଲା ଜିଏସ୍‌ଟି ଟିମ୍‌ । ଏହାପରେ ଜବତ ରୂପାକୁ ସମ୍ବଲପୁର ଜିଏସ୍‌ଟି କାର୍ଯ୍ୟାଳୟରେ କାର୍ଯ୍ୟାଳୟକୁ ଆଣିଥିଲା । ଏହାପରେ ସମସ୍ତ ଜବତ ରୂପାର ଓଜନ ହୋଇଥିଲା । ଆଉ ସଠିକ୍‌ ପରିଣାମ ଦେଢ କୋଟିରୁ ଅଧିକ ହେବ ବୋଲି ଜଣାପଡିଛି । ଜବତ ହୋଇଥିବା ସମସ୍ତ ରୁପା ଅଳଙ୍କାର କେଉଁଠୁ ଆସିଥିଲା ଏବଂ କୁଆଡେ ଯାଉଥିଲା ଏନେଇ ଖୋଳତାଡ଼ ଜାରି ରଖିଛି GST ବିଭାଗ ।

Tags: