୨ ଯାତ୍ରୀବାହୀ ବସ ମଧ୍ୟରେ ମୁହାଁମୁହିଁ ଧକ୍କା ୧୦ ରୁ ଉର୍ଦ୍ଧ୍ବ ଗୁରୁତର

ସୋନପୁର : ଶୁକ୍ରବାର ସନ୍ଧ୍ୟାରେ ସୋନପୁର-ସମ୍ବଲପୁର ଜାତୀୟ ରାଜପଥରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା I ଦୁଇ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି I ସୂଚନାନୁସାରେ,ଆଜି ସନ୍ଧ୍ୟା ୮ ଟା ବେଳେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅଧୀନ ହିକୁଡ଼ି ଫାଣ୍ଡିର ଡୁଡୁପାଲି ବୁଲାଣିରେ ଦୁଇଟି ଘରୋଇ ଯାତ୍ରୀବାହୀ ବସ୍‌ ନିୟନ୍ତ୍ରଣ ହରାଇ ମୁହାଁମୁହିଁ […]

Samaya Live Picture
Published On

ସୋନପୁର : ଶୁକ୍ରବାର ସନ୍ଧ୍ୟାରେ ସୋନପୁର-ସମ୍ବଲପୁର ଜାତୀୟ ରାଜପଥରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା I ଦୁଇ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି I

ସୂଚନାନୁସାରେ,ଆଜି ସନ୍ଧ୍ୟା ୮ ଟା ବେଳେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅଧୀନ ହିକୁଡ଼ି ଫାଣ୍ଡିର ଡୁଡୁପାଲି ବୁଲାଣିରେ ଦୁଇଟି ଘରୋଇ ଯାତ୍ରୀବାହୀ ବସ୍‌ ନିୟନ୍ତ୍ରଣ ହରାଇ ମୁହାଁମୁହିଁ ଧକ୍କା ହୋଇଥିଲେ । ଘରୋଇ ବସ୍‌ ଚକାଡୋଲା ସମ୍ବଲପୁରରୁ ସୋନପୁର ଅଭିମୁଖେ ଯାଉଥିଲା। ବିପରୀତ ଦିଗରୁ ଅନ୍ୟ ଏକ ଯାତ୍ରୀବାହୀ ବସ୍‌ ‘କରିସ୍ମା’ ସୋନପୁର ଅଭିମୁଖେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଫଳରେ ଉଭୟ ବସ୍‌ର ଅନେକ ଯାତ୍ରୀ ଆହତ ହେବା ସହିତ ଦୁଇ ବସ୍‌ର ଚାଳକ ବସ ଭିତରେ ଚାପି ହୋଇ ରହି ଯାଇଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଉଦ୍ଧାର ହୋଇଥିବା ସମସ୍ତ ଯାତ୍ରୀଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଭିତରୁ ୧୦ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି। ଅନ୍ୟପକ୍ଷରେ ବସ୍‌ ଭିତରେ ଫସି ରହିଥିବା ଦୁଇ ଡ୍ରଇଭରଙ୍କ ମଧ୍ୟରୁ ଜଣକୁ ଉଦ୍ଧାର କରାଯାଇଛି। ଅନ୍ୟ ଜଣେ ଏବେ ମଧ୍ୟ ବସ୍‌ ଭିତରେ ଫସି ରହିଛି। ଅଗ୍ନିଶମ କର୍ମଚାରୀମାନେ କଟର ମାଧ୍ୟମରେ ବସ୍‌ ଡୋର କାଟି ଡ୍ରାଇଭରଙ୍କୁ ଉଦ୍ଧାର କରୁଥିବା ଜଣାପଡ଼ିଛି।

Tags: