ହାତୀପଲଙ୍କ ଉପଦ୍ରଵ , ବ୍ୟାପକ କ୍ଷୟକ୍ଷତି

ଗଞ୍ଜାମ: ଉପଦ୍ରଵ କଲେ ୧୨ ଟିକିଆ ହାତୀପଲ I ଆସିକା ରେଞ୍ଜର ଧରାକୋଟ ଓ ଷଡଙ୍ଗିପଲ୍ଲୀରେ ଆତୀ ଆତଙ୍କ। ସନ୍ଧ୍ୟା ହେଲେ ଜଙ୍ଗଲ ନିକଟରେ ଥିବା ଗାଁରେ ଏହି ହାତୀ ପଲ ପଶି ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗି ଆତଙ୍କ ଖେଳାଇଛନ୍ତି। ତେବେ ହାତୀମାନଙ୍କୁ ରୋକିବା ପାଇଁ ସନ୍ଧ୍ୟାରେ ଗାଁରେ ବିଦ୍ୟୁତ କାଟ କରାଯାଉଛି। ଆସିକା ରେଞ୍ଜରଙ୍କ ନେତୃତ୍ୱରେ ଧରାକୋଟ, ଆସିକା, ସେରଗଡ ଓ ଷଡଙ୍‍ଗୀପାଲି ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ହାତୀଙ୍କୁ ସୁରକ୍ଷିତ […]

Samaya Live Picture
Published On

ଗଞ୍ଜାମ: ଉପଦ୍ରଵ କଲେ ୧୨ ଟିକିଆ ହାତୀପଲ I ଆସିକା ରେଞ୍ଜର ଧରାକୋଟ ଓ ଷଡଙ୍ଗିପଲ୍ଲୀରେ ଆତୀ ଆତଙ୍କ। ସନ୍ଧ୍ୟା ହେଲେ ଜଙ୍ଗଲ ନିକଟରେ ଥିବା ଗାଁରେ ଏହି ହାତୀ ପଲ ପଶି ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗି ଆତଙ୍କ ଖେଳାଇଛନ୍ତି। ତେବେ ହାତୀମାନଙ୍କୁ ରୋକିବା ପାଇଁ ସନ୍ଧ୍ୟାରେ ଗାଁରେ ବିଦ୍ୟୁତ କାଟ କରାଯାଉଛି। ଆସିକା ରେଞ୍ଜରଙ୍କ ନେତୃତ୍ୱରେ ଧରାକୋଟ, ଆସିକା, ସେରଗଡ ଓ ଷଡଙ୍‍ଗୀପାଲି ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ହାତୀଙ୍କୁ ସୁରକ୍ଷିତ ଭାବେ ଘଉଡାଇବା ସହ ବିଭିନ୍ନ ସ୍ଥାନରେ ଲୋକଙ୍କୁ ସଚେତନ କରୁଛନ୍ତି।

ଅନ୍ୟପଟେ ଗତକାଲି ବଡ଼ଗଡ଼ ଗାଙ୍ଗପୁର ଗ୍ରାମର ସନ୍ତୋଷ ବିଷୋୟୀ ନାମକ ଜଣେ ବ୍ୟକ୍ତି ହାତୀପଲଙ୍କ କବଳରେ ପଡି ଗୁରୁତର ଆହତ ହୋଇଥିଲେ I ସେ ବାଇକରେ ଯାଉଥିବାବେଳେ ତାଙ୍କୁ ହାତୀ ଗୋଡ଼ାଇଥିଲେ I ସେ ଦ୍ରୁତ ଗତିରେ ଯାଉଥିବାବେଳେ ଭାରସାମ୍ୟ ହରାଇ ବାଇକରୁ ଗଳିପଡିଥିଲେ I ଗୁରୁତର ଅବସ୍ଥାରେ ବନ ବିଭାଗ ତାଙ୍କୁ ଉଦ୍ଧାର କରି ପ୍ରଥମେ ଶେରଗଡ଼ ଓ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରିଛି I

Tags: