ରାସ୍ତାରେ ଓଲଟି ପଡିଲା ଗ୍ୟାସ ବୋଝେଇ ଟ୍ୟାଙ୍କର
କୋରାପୁଟ : ରାସ୍ତରେ ଓଲଟିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର। କୋରାପୁଟ-ଆନ୍ଧ୍ର ସଂଯୋଗ କରୁଥିବା ଜାତୀୟ ରାଜପଥ ସୁଙ୍କି-ପଟାଙ୍ଗି ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଟ୍ୟାଙ୍କରରୁ ଏବେ ଅଳ୍ପ ଅଳ୍ପ ଗ୍ୟାସ୍ ଲିକ୍ ହେଉଛି । ଘଟଣାସ୍ଥଳରେ ପଟାଙ୍ଗି ଓ ସେମିଳିଗୁଡା ଅଗ୍ନିଶମ ବିଭାଗ ସହ ପୋଲିସ ଓ ତହସିଲଦାର ଉପସ୍ଥିତ ରହିଛନ୍ତି। ସୂଚନାନୁଯାୟୀ, ମଙ୍ଗଳବାର ସକାଳ ସମୟରେ ଏକ ଗ୍ୟାସ୍ ଟ୍ୟାଙ୍କର ଭାରସାମ୍ୟ ହରାଇ ପଟାଙ୍ଗି ବ୍ଳକ୍ ରାଲେଗଡ଼ା ନିକଟ ରାଜୁଗୁଡ଼ାରେ ଓଲଟି ପଡିଛି। ଯାହାଫଳରେ ଟ୍ୟାଙ୍କରରୁ […]
କୋରାପୁଟ : ରାସ୍ତରେ ଓଲଟିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର। କୋରାପୁଟ-ଆନ୍ଧ୍ର ସଂଯୋଗ କରୁଥିବା ଜାତୀୟ ରାଜପଥ ସୁଙ୍କି-ପଟାଙ୍ଗି ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଟ୍ୟାଙ୍କରରୁ ଏବେ ଅଳ୍ପ ଅଳ୍ପ ଗ୍ୟାସ୍ ଲିକ୍ ହେଉଛି । ଘଟଣାସ୍ଥଳରେ ପଟାଙ୍ଗି ଓ ସେମିଳିଗୁଡା ଅଗ୍ନିଶମ ବିଭାଗ ସହ ପୋଲିସ ଓ ତହସିଲଦାର ଉପସ୍ଥିତ ରହିଛନ୍ତି।
ସୂଚନାନୁଯାୟୀ, ମଙ୍ଗଳବାର ସକାଳ ସମୟରେ ଏକ ଗ୍ୟାସ୍ ଟ୍ୟାଙ୍କର ଭାରସାମ୍ୟ ହରାଇ ପଟାଙ୍ଗି ବ୍ଳକ୍ ରାଲେଗଡ଼ା ନିକଟ ରାଜୁଗୁଡ଼ାରେ ଓଲଟି ପଡିଛି। ଯାହାଫଳରେ ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ହେଉଛି। ଅଘଟଣ ଟାଳିବାକୁ ଅଗ୍ନିଶମ ବାହିନୀ ପକ୍ଷରୁ ପାଣି ସ୍ପ୍ରେ କରାଯାଉଛି । ସୁରକ୍ଷା ଦୃଷ୍ଟିରୁ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଜାତୀୟ ରାଜପଥ ବନ୍ଦ ରହିବ ବୋଲି ଅଗ୍ନିଶମ ବିଭାଗ ସୂଚନା ଦେଇଛି। ଘଟଣାସ୍ଥଳରେ ପଟାଙ୍ଗି ଓ ସେମିଳିଗୁଡା ଅଗ୍ନିଶମ ବିଭାଗ ସହ ପୋଲିସ ଓ ତହସିଲଦାର ଉପସ୍ଥିତ ରହିଛନ୍ତି।




