ମଝି ରାସ୍ତାରେ ଓଲଟିଲା ଗ୍ୟାସ ଟ୍ୟାଙ୍କର
ପାରାଦୀପ : ଭାରସାମ୍ୟ ହରାଇ ମଝି ରାସ୍ତାରେ ଓଲଟିଲା ଏଲପିଜି ଟ୍ୟାଙ୍କର I ପାରାଦୀପଗଡ଼ ହାତୀ ତେଲଟାଙ୍କି ନିକଟରେ ଘଟିଛି ଏଭଳି ଅଘଟଣ । ପାରାଦୀପ ତୈଳ ବିଶୋଧନାଗାରରୁ ଏଲପିଜି ଲୋଡ଼ କରି ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା ମଝିରେ ଓଲଟି ପଡିଲା ଗ୍ୟାସ ବୋଝେଇ ଟ୍ରଲର । ତେବେ କୌଣସି ଅଘଟଣ ଘଟି ନଥିବା ବେଳେ ଲକ ଥାନା ପୋଲିସ ତରଫରୁ ରାସ୍ତା ସିଲ କରିଦିଆଯାଇଛି । କୌଣସି ସମ୍ଭାବ୍ୟ ଦୁର୍ଘଟଣାକୁ […]
ପାରାଦୀପ : ଭାରସାମ୍ୟ ହରାଇ ମଝି ରାସ୍ତାରେ ଓଲଟିଲା ଏଲପିଜି ଟ୍ୟାଙ୍କର I ପାରାଦୀପଗଡ଼ ହାତୀ ତେଲଟାଙ୍କି ନିକଟରେ ଘଟିଛି ଏଭଳି ଅଘଟଣ । ପାରାଦୀପ ତୈଳ ବିଶୋଧନାଗାରରୁ ଏଲପିଜି ଲୋଡ଼ କରି ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା ମଝିରେ ଓଲଟି ପଡିଲା ଗ୍ୟାସ ବୋଝେଇ ଟ୍ରଲର । ତେବେ କୌଣସି ଅଘଟଣ ଘଟି ନଥିବା ବେଳେ ଲକ ଥାନା ପୋଲିସ ତରଫରୁ ରାସ୍ତା ସିଲ କରିଦିଆଯାଇଛି । କୌଣସି ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଦୁର୍ଘଟଣାସ୍ଥଳରୁ ୫୦୦ ମିଟର ପରିଧି ଭିତରେ ଲୋକଙ୍କୁ ଚୁଲି ନଜଳିବା ତଥା ମୋବାଇଲ ଫୋନ ବନ୍ଦ ରଖିବାକୁ କୁହାଯାଇଛି I ଟ୍ରଲରଟି ମାଝୀ ରସରେ ଓଲଟି ପଡିବା ଫଳରେ ଗୋଟିଏ ପାର୍ଶ୍ୱରେ ଯାନବାହାନ ଚଳାଚଳ କରୁଛି I ଘଟଣାସ୍ଥଳରେ କୁଜଙ୍ଗ ଅଗ୍ନିଶମ ବିଭାଗ ପହଁଚି ଘଉଦ୍ଧାର କାର୍ଯ୍ୟ ଜାରି ରଖିଛି I ଏହି ଦୁର୍ଘଟଣାରେ ଟ୍ରଲର ଡ୍ରାଇଭର ଓ ହେଲ୍ପର ଆହତ ହୋଇଥିବା ସୂଚନା ମିଳିଛି I




