ସାଙ୍ଗ ଘରେ ସାଙ୍ଗର ଆତ୍ମହତ୍ୟା

ସୁବର୍ଣ୍ଣପୁର : ସାଙ୍ଗଙ୍କ ଘରୁ ଅନ୍ୟ ଜଣେ ସାଙ୍ଗର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲାରେ ଘଟିଛି ଏପରି ଅଭାବନୀୟ ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ କରୁଛି । ମୃତ ସାଙ୍ଗ ଜଣକ ହେଲେ ରୁତୁରାଜ । ସୂଚନା ଅନୁସାରେ, ଗୁରୁବାର ସୁବର୍ଣ୍ଣପୁର ମହାବିଦ୍ୟାଳୟରେ +୩ ଛାତ୍ରଛାତ୍ରୀଙ୍କ ପାଇଁ ବିଦାୟକାଳୀନ ଉତ୍ସବର ଆୟୋଜନ କରାଯାଇଥିଲା । ରୁତୁରାଜ ଓ ତାଙ୍କ ସାଙ୍ଗ ମଧ୍ୟ ଏହି […]

Samaya Live Picture
Published On

ସୁବର୍ଣ୍ଣପୁର : ସାଙ୍ଗଙ୍କ ଘରୁ ଅନ୍ୟ ଜଣେ ସାଙ୍ଗର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲାରେ ଘଟିଛି ଏପରି ଅଭାବନୀୟ ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ କରୁଛି । ମୃତ ସାଙ୍ଗ ଜଣକ ହେଲେ ରୁତୁରାଜ ।

ସୂଚନା ଅନୁସାରେ, ଗୁରୁବାର ସୁବର୍ଣ୍ଣପୁର ମହାବିଦ୍ୟାଳୟରେ +୩ ଛାତ୍ରଛାତ୍ରୀଙ୍କ ପାଇଁ ବିଦାୟକାଳୀନ ଉତ୍ସବର ଆୟୋଜନ କରାଯାଇଥିଲା । ରୁତୁରାଜ ଓ ତାଙ୍କ ସାଙ୍ଗ ମଧ୍ୟ ଏହି ଉତ୍ସବରେ ଯୋଗଦେଇଥିଲେ ଆଉ ଏହି ଉତ୍ସବ ସରୁସରୁ ରାତି ହୋଇଯାଇଥିଲା । ସେଥିପାଇଁ ରୁତୁରାଜ ତାଙ୍କ ସାଙ୍ଗଙ୍କ ଘରେ ରହିଥିଲେ । ଆଉ ଆଜି ସକାଳୁ ରୁତୁରାଜଙ୍କ ମୃତଦେହ ସାଙ୍ଗଙ୍କ ରୋଷେଇ ଘରୁ ଉଦ୍ଧାର କରାଯାଇଛି । ଏହି ଘଟଣା ପରେ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଜାରି କରିଛି । ରୁତୁରାଜଙ୍କ ଘର ବିନିକା ବ୍ଲକ କଂଟାପାଲି ଗାଁରେ ବୋଲି ଜଣାପଡିଛି। ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ କେଉଁ ପରିସ୍ଥିତିରେ ଛାତ୍ର ଜଣକ ଏଭଳି ଚରମ ନିଷ୍ପତ୍ତି ନେଲେ ସେନେଇ ତଦନ୍ତ ଆରମ୍ଭ କରିଛି।

Tags: