ବର୍ଷା-ଅନୁଭବ ପାରିବାରିକ ବିବାଦର ନାଟକୀୟ ରାୟ
କଟକ : ସ୍ୱାମୀ-ସ୍ତ୍ରୀ ଭାବରେ ଏକାଠି ରହିବେ ନା ଛାଡ଼ପତ୍ର ନେଇ ଅଲଗା ରହିବେ,ବର୍ଷା-ଅନୁଭବ ପାରିବାରିକ ବିବାଦର ଆସିଛି ଏଭଳି ନାଟକୀୟ ରାୟ I ଅଭିନେତାରୁ ସାଂସଦ ବନିଥିବା ଅନୁଭବ ମହାନ୍ତିଙ୍କ ବିବାହ ବିଚ୍ଛେଦ ଆବେଦନକୁ କୋର୍ଟ ଖାରଜ କରିବା ସହିତ ପତ୍ନୀ ବର୍ଷା ଏକାଠି ରହିବା ଆବେଦନକୁ ମଧ୍ୟ ଖାରଜ କରିଛନ୍ତି କଟକ ପରିବାର ଅଦାଲତ । ତେବେ ଏଭଳି ଅଜବ ଅଦାଲତୀ ଫୈସଲାକୁ ନେଇ ଆଶ୍ଚର୍ଯ୍ୟ ହୋଇଛନ୍ତି ସମସ୍ତେ I ଅନୁଭବ ବିବାହ ବିଚ୍ଛେଦ […]
କଟକ : ସ୍ୱାମୀ-ସ୍ତ୍ରୀ ଭାବରେ ଏକାଠି ରହିବେ ନା ଛାଡ଼ପତ୍ର ନେଇ ଅଲଗା ରହିବେ,ବର୍ଷା-ଅନୁଭବ ପାରିବାରିକ ବିବାଦର ଆସିଛି ଏଭଳି ନାଟକୀୟ ରାୟ I ଅଭିନେତାରୁ ସାଂସଦ ବନିଥିବା ଅନୁଭବ ମହାନ୍ତିଙ୍କ ବିବାହ ବିଚ୍ଛେଦ ଆବେଦନକୁ କୋର୍ଟ ଖାରଜ କରିବା ସହିତ ପତ୍ନୀ ବର୍ଷା ଏକାଠି ରହିବା ଆବେଦନକୁ ମଧ୍ୟ ଖାରଜ କରିଛନ୍ତି କଟକ ପରିବାର ଅଦାଲତ । ତେବେ ଏଭଳି ଅଜବ ଅଦାଲତୀ ଫୈସଲାକୁ ନେଇ ଆଶ୍ଚର୍ଯ୍ୟ ହୋଇଛନ୍ତି ସମସ୍ତେ I
ଅନୁଭବ ବିବାହ ବିଚ୍ଛେଦ ଆବେଦନ ଖାରଜ ହୋଇଯାଇଥିବା ବେଳେ ତାଙ୍କ ଓକିଲ ଲଳିତେନ୍ଦୁ ମିଶ୍ର କହିଛନ୍ତି, ସବୁଠୁ ବଡ଼ କଥା ହେଉଛି ଆଜି ଏହି ମାମଲାର ଅନ୍ତ ହୋଇଛି। ମାମଲାଟି ଶେଷ ହେବାରେ ବହୁ ବିଳମ୍ବ ହେଉଥିଲା। ଏହାର ଆବେଦନକାରୀ ଥିଲେ ଅନୁଭବ ମହାନ୍ତି। ୨୦୨୦ ମସିହାରୁ ସେ ଏହି ମାମଲା ପଛରେ ଲାଗିଥିଲେ। ଶେଷରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲାଟି ଶେଷ ହୋଇଛି। ଆମେ ଯେଉଁ ବିବାହ ବିଚ୍ଛେଦ ଆବେଦନ କରିଥିଲୁ, ତାହା ଖାରଜ ହୋଇଯାଇଛି। ସେହିପରି ତାଙ୍କ (ବର୍ଷା ପ୍ରିୟଦର୍ଶିନୀଙ୍କ) ଆବେଦନ ମଧ୍ୟ ଖାରଜ ହୋଇଛି। ତେଣୁ କେହି କାହା ପାଖରେ ରହିପାରିବେ ନାହିଁ।
ଅଦାଲତଙ୍କ ରାୟ ଅନୁସାରେ,ସ୍ବାମୀଙ୍କ ଘରେ ପତ୍ନୀ ସୁରକ୍ଷିତ ମଣୁ ନ ଥିଲା ବେଳେ ଦାମ୍ପତ୍ୟ ଜୀବନ ପୁନଃସ୍ଥାପନ ପ୍ରସଂଗରେ ରହିଥିବା ପ୍ରାର୍ଥନା ଗ୍ରହଣ କରିବା ସୁରକ୍ଷିତ ନୁହେଁ ବୋଲି ଅଦାଲତ କହିଛନ୍ତି। ଜଣେ ବ୍ୟକ୍ତିଙ୍କ ବିବାହ ତାଙ୍କ ପରିବାର ଓ ବନ୍ଧୁବାନ୍ଧବଙ୍କ ଭିତରେ ସୀମିତ ହୋଇଥାଏପାରେ। କିନ୍ତୁ ବିବାହ ବିଚ୍ଛେଦ ସମାଜକୁ ପ୍ରଭାବିତ କରିଥାଏ। ଛାଡ଼ପତ୍ର ଆଇନ ଏକ ସାମାଜିକ ବିଧି ବ୍ୟବସ୍ଥା, ଯାହା ଭୁଲ କରୁଥିବା ବ୍ୟକ୍ତିଙ୍କୁ ଏହାର ଫାଇଦା ନେବା ପାଇଁ ଅନୁମତି ଦିଏନାହିଁ। ତେଣୁ ହିନ୍ଦୁ ବିବାହ ଆଇନର ଧାରା ୨୩ ଅନୁସାରେ ଦୁଇ ପକ୍ଷ ନିଜନିଜ ସପକ୍ଷରେ ଅଦାଲତରୁ କୌଣସି ନିର୍ଦ୍ଦେଶ ପାଇବା ପାଇଁ ଯୋଗ୍ୟ ନୁହନ୍ତି।
କୋର୍ଟଙ୍କ ଏଭଳି ଏକ ଆଦେଶକୁ ନେଇ ଅନୁଭବଙ୍କ ଓକିଲ ଲଳିତେନ୍ଦୁ ମିଶ୍ର କହିଛନ୍ତି, ଆମେ ଏବେ କେବଳ କୋର୍ଟଙ୍କ ନିର୍ଦ୍ଦେଶର କାର୍ଯ୍ୟକାରୀ ଅଂଶଟିକୁ ଦେଖିଛୁ। ସେଥିରେ ଉଭୟଙ୍କ ଆବେଦନ ଖାରଜ କରାଯାଇଛି। ତେଣୁ ପୂରା ଜଜ୍ମେଣ୍ଟଟି ଆସିଲା ପରେ ଆମେ ତାକୁ ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା କରିବୁ। ଉପର କୋର୍ଟରେ ଆବେଦନ କରିବା ନେଇ ଆମ ପାଖରେ ସୁଯୋଗ ରହିଛି। ଆମେ ନିଶ୍ଚିତ ଭାବେ ଉପରକୋର୍ଟକୁ ଯିବୁ। ଅନୁଭବଙ୍କ ତରଫରୁ ଆଇନଜୀବୀ ଲଳିତେନ୍ଦୁ ମିଶ୍ର, ବର୍ଷାଙ୍କ ପକ୍ଷରୁ ଆଇନଜୀବୀ ରାମକୃଷ୍ଣ ରଥ ଓ ସିଦ୍ଧାର୍ଥ ଦାସ ମାମଲା ପରିଚାଳନା କରୁଥିଲେ।




