ବଂଶଧାରା ନଦୀରୁ ଉଦ୍ଧାର ହେଲା ଜଣଙ୍କ ମୃତଦେହ

ରାୟଗଡା : ବଂଶଧାରାରେ ଭାସି ନିଖୋଜ ହୋଇଥିବା ୨ଜଣଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର । ଗୁଡାରିବ୍ଲକ ଅନ୍ଧାରିଗୁଡ଼ା ନିକଟ ଏକ ବ୍ରିଜ ତଳୁ ୯ବର୍ଷର ନାବାଳକ ରତ୍ନାକର ବଡ଼ନାୟକଙ୍କ ମୃତଦେହ ଉଦ୍ଧାର ହୋଇଛି । ସୂଚନାନୁସାରେ,ଗତକାଲି ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ବଂଶଧାରା ନଦୀରେ ଭାସି ୨ ଜଣ ନିଖୋଜ ହୋଇଯାଇଥିଲା । ମୀନାଝୋଲା ଶୌବ ପୀଠକୁ ଦର୍ଶନ କରିବାକୁ ଯାଇ ବଂଶଧାରା ନଦୀ ଜଳସ୍ରୋତରେ ଭାସିଯାଇଥିଲେ । ରତ୍ନାକରଙ୍କ ମୃତଦେହ ଏକ ଖୁଣ୍ଟରେ ଲାଗି […]

Samaya Live Picture
Published On

ରାୟଗଡା : ବଂଶଧାରାରେ ଭାସି ନିଖୋଜ ହୋଇଥିବା ୨ଜଣଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର । ଗୁଡାରିବ୍ଲକ ଅନ୍ଧାରିଗୁଡ଼ା ନିକଟ ଏକ ବ୍ରିଜ ତଳୁ ୯ବର୍ଷର ନାବାଳକ ରତ୍ନାକର ବଡ଼ନାୟକଙ୍କ ମୃତଦେହ ଉଦ୍ଧାର ହୋଇଛି ।
ସୂଚନାନୁସାରେ,ଗତକାଲି ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ବଂଶଧାରା ନଦୀରେ ଭାସି ୨ ଜଣ ନିଖୋଜ ହୋଇଯାଇଥିଲା । ମୀନାଝୋଲା ଶୌବ ପୀଠକୁ ଦର୍ଶନ କରିବାକୁ ଯାଇ ବଂଶଧାରା ନଦୀ ଜଳସ୍ରୋତରେ ଭାସିଯାଇଥିଲେ । ରତ୍ନାକରଙ୍କ ମୃତଦେହ ଏକ ଖୁଣ୍ଟରେ ଲାଗି ରହିଥିବା ଦେଖିଥିଲେ ଗ୍ରାମବାସୀ । ଏହା ପରେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ l ଅଗ୍ନିଶମ କର୍ମଚାରୀ ଆସି ମୃତଦେହକୁ ଉଦ୍ଧାର କରିଛନ୍ତି । ଏମାନଙ୍କ ଘର କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଶ୍ରୀରାମପୁର ବୋଲି ଜଣାପଡିଛି ।

Tags: