ଦିନକ ପରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ
ଭୁବନେଶ୍ୱର: ଆସନ୍ତା ୨୫ ତାରିଖରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ I ଏଥି ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ପୋଲିଂ ବୁଥକୁ ଯାଉଛନ୍ତି ପୋଲିଂ କର୍ମଚାରୀ । ଏହି ପର୍ଯ୍ୟାୟରେ ୬ ଲୋକସଭା ଓ ୪୨ଟି ବିଧାନସଭା କ୍ଷେତ୍ରରେ ହେବ ମତଦାନ ଗ୍ରହଣ କରାଯିବ । ମୋଟ ୯୪.୪୮ଲକ୍ଷ ଭୋଟର ମତଦାନ କରିବେ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ । ୧୦ହଜାର ୫୫୧ ମତଦାନ […]
ଭୁବନେଶ୍ୱର: ଆସନ୍ତା ୨୫ ତାରିଖରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ I ଏଥି ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ପୋଲିଂ ବୁଥକୁ ଯାଉଛନ୍ତି ପୋଲିଂ କର୍ମଚାରୀ । ଏହି ପର୍ଯ୍ୟାୟରେ ୬ ଲୋକସଭା ଓ ୪୨ଟି ବିଧାନସଭା କ୍ଷେତ୍ରରେ ହେବ ମତଦାନ ଗ୍ରହଣ କରାଯିବ । ମୋଟ ୯୪.୪୮ଲକ୍ଷ ଭୋଟର ମତଦାନ କରିବେ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ । ୧୦ହଜାର ୫୫୧ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ କରାଯିବ । ୨.୫ ପ୍ରତିଶତ ମତଦାତା ପ୍ରଥମ ଥର ଭୋଟ ଦେବେ ।
୬ଟି ଲୋକସଭା ଆସନରେ ମୋଟ ୬୪ଟି ଜଣ ପ୍ରାର୍ଥୀ ମଇଦାନରେ ରହିଛନ୍ତି । ସେହିପରି ବିଧାନସଭା ୪୨ଟି ଆସନରେ ୩୮୩ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ଭୋଟରଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ ଗାଁ କି ସହର ଯେଉଁଠି ବି ରହିଥା ଭୋଟ ନିଶ୍ଚିନ୍ତ ଦିଅନ୍ତୁ ।
ଅନ୍ୟପଟେ କମିସନରେଟ ପୁଲିସ ସହରାଞ୍ଚଳ ଅଧୀନରେ ଥିବା ୫ଟି ବିଧାନସଭା କ୍ଷେତ୍ରରେ ଭୋଟ୍ ଗ୍ରହଣ ହେବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଜୟଦେବ, ମଧ୍ୟ, ଏକାମ୍ର, ଉତ୍ତର ଓ ଜଟଣୀ ବିଧାନସଭା କ୍ଷେତ୍ରରେ ୧୧୩୨ଟି ବୁଥ୍ ରହିଛି। ସେଥିରୁ ୧୫୨ଟି ଉତ୍ତେଜନାପ୍ରବଣ ବୁଥ୍ ଓ ୧୬ଟି ସମ୍ବେଦନଶୀଳ ବୁଥ୍ ରହିଛି। ମୋଟ୍ ୫୨୫ ବୁଥ୍ରେ ୱେବ୍କାଷ୍ଟିଂ ବ୍ୟବସ୍ଥା କରାଯାଇଛି। ଏହି ୫ଟି ନିର୍ବାଚନ କ୍ଷେତ୍ର ଲାଗି ୧୧ ଲକ୍ଷ ୬୨ହଜାର ଓ ୮୪୨ଜଣ ମତଦାତା ନିଜର ମତ ସାବ୍ୟସ୍ତ କରିବେ।
ନିର୍ବାଚନ ପରିଚାଳନାର ସହ ଶୃଙ୍ଖଳା ରକ୍ଷା ଲାଗି ୩ହଜାରରୁ ଅଧିକ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯିବ। ଏଥିରେ ୧୨ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ, ୧୫ ପ୍ଲାଟୁନ ଓଏସ୍ଏପି (ଆର୍ମଡ୍ ଫୋର୍ସ)ଙ୍କୁ ସୁରକ୍ଷା ଦାୟିତ୍ୱ ଦିଆଯାଇଛି। ସେହିପରି ୩ଜଣ ଡିସିପି, ୫ଜଣ ଅତିରିକ୍ତ ଡିସିପି, ୧୩ଜଣ ଏସିପି, ୩୫ଜଣ ଇନ୍ସପେକ୍ଟର, ଏଏସ୍ଆଇ/ଏସ୍ଆଇ ୨୯୩, କନଷ୍ଟେବଳ/ହାବିଲଦାର ୧୧୨୦, ଗୃହରକ୍ଷୀ ୫୧୮ ଜଣଙ୍କୁ ସୁରକ୍ଷା ଲାଗି ନିୟୋଜିତ କରାଯିବ। ଜରୁରିକାଳୀନସ୍ଥିତି ଲାଗି କ୍ୟୁଏଟିଙ୍କୁ ବି ଆଲର୍ଟ ରଖାଯାଇଛି। ସମସ୍ତ ଉତ୍ତେଜନା ପ୍ରବଣ ବୁଥ୍ରେ ଅର୍ଦ୍ଧ ସାମରିକ ବାହିନୀ ଜଗିବେ। ଗୋଟିଏ ସ୍ଥାନରେ ୪ରୁ ଅଧିକ ବୁଥ୍ ରହିଥିଲେ ଜଣେ ପୁଲିସ ଅଧିକାରୀଙ୍କ ସମେତ ଅର୍ଦ୍ଧ ସାମରିକ ବାହିନୀଙ୍କୁ ସେଠାରେ ନିୟୋଜିତ କରାଯିବ।




