ନାଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ନୂଆପଡା: ନୂଆପଡା ଜିଲ୍ଲା କୁରୁମ୍ପୁରୀ ଗାଁର ଛେଳି ମାର୍କେଟ ନିକଟସ୍ଥ ଏକ ନାଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର କରଯାଇଛି। ନାଳରୁ ଶିଶୁଟିର କାନ୍ଦ ଶୁଣି ନିକଟସ୍ଥ ଲୋକେ ଉଦ୍ଧାର କରିଥିଲେ। ପରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗଙ୍କ ଠାରେ ଶିଶୁକୁ ଗାଁ ଲୋକେ ପ୍ରଦାନ କରିଥିଲେ। ବର୍ତ୍ତମାନ ଶିଶୁଟି ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରର ଶିଶୁ ବିଭାଗର ଏକ ସ୍ବତନ୍ତ୍ର କକ୍ଷରେ ରହିଥିବା ଜଣାପଡ଼ିଛି। ବର୍ତ୍ତମାନ ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି। କିଏ ଓ କାହିଁକି ଶିଶୁପୁତ୍ରକୁ ନାଳର […]

Samaya Live Picture
Published On

ନୂଆପଡା: ନୂଆପଡା ଜିଲ୍ଲା କୁରୁମ୍ପୁରୀ ଗାଁର ଛେଳି ମାର୍କେଟ ନିକଟସ୍ଥ ଏକ ନାଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର କରଯାଇଛି। ନାଳରୁ ଶିଶୁଟିର କାନ୍ଦ ଶୁଣି ନିକଟସ୍ଥ ଲୋକେ ଉଦ୍ଧାର କରିଥିଲେ। ପରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗଙ୍କ ଠାରେ ଶିଶୁକୁ ଗାଁ ଲୋକେ ପ୍ରଦାନ କରିଥିଲେ। ବର୍ତ୍ତମାନ ଶିଶୁଟି ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରର ଶିଶୁ ବିଭାଗର ଏକ ସ୍ବତନ୍ତ୍ର କକ୍ଷରେ ରହିଥିବା ଜଣାପଡ଼ିଛି। ବର୍ତ୍ତମାନ ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି। କିଏ ଓ କାହିଁକି ଶିଶୁପୁତ୍ରକୁ ନାଳର ଫୋପାଡି ଦେଇଥିଲା ସେ ନେଇ ପୁଲିସ ଓ ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି।

Tags: