ଦନ୍ତାର ଶିକାର ହେଲେ ଦମ୍ପତି : ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଅନୁଗୁଳ : ଦମ୍ପତିଙ୍କୁ ଦଳି ଦେଲା ହାତୀ । ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ୱାମୀ ଗୁରୁତର ଆହତ । ଘଟଣା ଘଟିଛି ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ତଳଗଡ଼ ଗାଁରେ। ମୃତକହେଲେ ସୁଲୋଚନା ବିଶ୍ୱାଳ। ସ୍ୱାମୀ ଛବିନ୍ଦ୍ର ବିଶ୍ୱାଳଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ, ବଗିଚାରେ କାମ କରିବାବେଳେ ଦମ୍ପତିଙ୍କୁ ଦଳି ଦେଲା ହାତୀ । ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ୱାମୀ ଗୁରୁତର ହୋଇଛନ୍ତି। । ଆଜି ସକାଳେ ସୁଲୋଚନା ଓ ଛବିନ୍ଦ୍ର ବଗିଚାରେ […]

Samaya Live Picture
Published On

ଅନୁଗୁଳ : ଦମ୍ପତିଙ୍କୁ ଦଳି ଦେଲା ହାତୀ । ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ୱାମୀ ଗୁରୁତର ଆହତ । ଘଟଣା ଘଟିଛି ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ତଳଗଡ଼ ଗାଁରେ। ମୃତକହେଲେ ସୁଲୋଚନା ବିଶ୍ୱାଳ। ସ୍ୱାମୀ ଛବିନ୍ଦ୍ର ବିଶ୍ୱାଳଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାନୁସାରେ, ବଗିଚାରେ କାମ କରିବାବେଳେ ଦମ୍ପତିଙ୍କୁ ଦଳି ଦେଲା ହାତୀ । ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ୱାମୀ ଗୁରୁତର ହୋଇଛନ୍ତି। । ଆଜି ସକାଳେ ସୁଲୋଚନା ଓ ଛବିନ୍ଦ୍ର ବଗିଚାରେ କାମ କରୁଥିଲେ । ଏହି ସମୟରେ ଏକ ଦନ୍ତାହାତୀଟି ବଗିଚା ଭିତରକୁ ପଶି ଆସି ସୁଲୋଚନାଙ୍କ ଉପରକୁ ଆକ୍ରମଣ କରିଥିଲା । ସୁଲୋଚନାଙ୍କୁ ବଞ୍ଚାଇବାକୁ ଛବିନ୍ଦ୍ର ଯାଇଥିଲେ । ଦନ୍ତାଟି ମଧ୍ୟ ତାଙ୍କୁ ଛାଡ଼ି ନଥିଲା। ଉଭୟ ସ୍ୱାମୀସ୍ତ୍ରୀଙ୍କୁ ଦଳି ଦେଇଥିଲା । ଘଟଣାସ୍ଥଳରେ ସୁଲୋଚନାଙ୍କର ମୃତ୍ୟୁ ଘଟିଥିବା ବେଳେ ଛବିନ୍ଦ୍ର ଗୁରୁତର ଆହତ ହୋଇଥିଲେ । ବନ୍ତଳା ବନାଞ୍ଚଳରେ ହାତୀଙ୍କ ଉତ୍ପାତକୁ ଦେଖି ଏବେ ତଳଗଡ ଗାଁ ଲୋକେ ଭୟଭୀତ ହୋଇପଡିଛନ୍ତି । ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି ।

Tags: