ଭଣ୍ଡୁର ହେଲା ବରକୁ ହତ୍ୟା ଷଡଯନ୍ତ୍ର
ବଲାଙ୍ଗୀର : ପ୍ଲାନ କରି ବରଯାତ୍ରୀରେ ଆସିଥିଲେ । ସୁଯୋଗ ଦେଖି ବରକୁ ହତ୍ୟା କରିଥାନ୍ତେ । ହେଲେ ତା ପୂର୍ବରୁ ଅଭିଯୁକ୍ତଙ୍କ ଷଡଯନ୍ତ୍ରକୁ ଭଣ୍ଡୁର କରିଛନ୍ତି ଗ୍ରାମବାସୀ । ଅଭିଯୁକ୍ତଙ୍କୁ ମାଡିବସି ତାଙ୍କ ନିକଟରୁ ବନ୍ଧୁକ ଓ ଖଣ୍ଡାକୁ ଜବତ କରିବା ସହ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ୭ ଜଣଙ୍କୁ ବାନ୍ଧି ଥିବାବେଳେ ମୁଖ୍ୟ ଅଭିଯୁକ୍ତ ସହ ୩ ଫେରାର ହୋଇଯାଇଥିବା ଜଣାପଡିଛି । ବଲାଙ୍ଗୀର ବାଦୀଜୋରରୁ ଆସିଛି ଏପରି […]
ବଲାଙ୍ଗୀର : ପ୍ଲାନ କରି ବରଯାତ୍ରୀରେ ଆସିଥିଲେ । ସୁଯୋଗ ଦେଖି ବରକୁ ହତ୍ୟା କରିଥାନ୍ତେ । ହେଲେ ତା ପୂର୍ବରୁ ଅଭିଯୁକ୍ତଙ୍କ ଷଡଯନ୍ତ୍ରକୁ ଭଣ୍ଡୁର କରିଛନ୍ତି ଗ୍ରାମବାସୀ । ଅଭିଯୁକ୍ତଙ୍କୁ ମାଡିବସି ତାଙ୍କ ନିକଟରୁ ବନ୍ଧୁକ ଓ ଖଣ୍ଡାକୁ ଜବତ କରିବା ସହ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ୭ ଜଣଙ୍କୁ ବାନ୍ଧି ଥିବାବେଳେ ମୁଖ୍ୟ ଅଭିଯୁକ୍ତ ସହ ୩ ଫେରାର ହୋଇଯାଇଥିବା ଜଣାପଡିଛି । ବଲାଙ୍ଗୀର ବାଦୀଜୋରରୁ ଆସିଛି ଏପରି ଚାଞ୍ଚଲ୍ୟକର ତଥ୍ୟ ।
ସୂଚନାନୁସାରେ,ରବିବାର ରାତିରେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ବାଦୀଜୋରରୁ ଗାଈବାହାଲକୁ ଆସିଥିଲେ ବରଯାତ୍ରୀ । ତେବେ ପୂର୍ବ ଶତ୍ରୁତାରୁ ବରକୁ ମାରିବାକୁ ବରଯାତ୍ରୀ ସାଙ୍ଗରେ ୧୦ ଜଣ ଯୁବକ ପଶି ଯାଇଥିଲେ । ତେବେ ସେମାନଙ୍କ କାର୍ଯ୍ୟକଳାପ ଓ ଗତିବିଧି ଉପରେ ଗାଁ ଲୋକଙ୍କ ସନ୍ଦେହ ହେବାରୁ ପୋଲିସକୁ ଖବର ଦେଇଥିଲେ । ପୋଲିସ ତୁରନ୍ତ ପହଞ୍ଚି ଯୁବକମାନଙ୍କୁ କାବୁ କରିଥିଲା । ତେବେ ୭ ଜଣ ଧରାପଡିଥିବାବେଳେ ଆଉ ୩ ଚଂପଟ ମାରିଛନ୍ତି । ସେମାନଙ୍କ ନିକଟରୁ ବିଭିନ୍ନ ହତିଆର ଜବତ କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ଦେଓଗାଁ ଥାନା ପୋଲିସ ।




