ମୋ ବସ ଧକ୍କାରେ ପରିବା ବ୍ୟବସାୟୀ ଗୁରୁତର
କଟକ : ପୁଣି ଦୁର୍ଘଟଣା ଘଟାଇଲା ମୋ ବସ । ଭୁବନେଶ୍ୱର ପରେ କଟକରେ ଦୁର୍ଘଟଣା ଘଟାଇଲା ମୋ ବସ । ପରିବା ବ୍ୟବସାୟୀଙ୍କ ଉପରେ ମାଡ଼ିଗଲା ମୋ ବସ୍। ଦୁର୍ଘଟଣାରେ ପରିବା ବ୍ୟବସାୟୀ ଜଣଙ୍କ ଆହତ ହୋଇଛନ୍ତି । କଟକ ଖାନନଗର ମଲାଚଣ୍ଡିଆ ଟ୍ରାଫିକ ଛକରେ ଏହି ଦୁର୍ଘଟଣା ଘଟିଛି। ଆହତ ପରିବା ବ୍ୟବସାୟୀ ଜଣଙ୍କ ହେଲେ ବିକାଶ ସ୍ୱାଇଁ(୨୫)। ଡ୍ରାଇଭରର ବେପରୁୱା ଗାଡ଼ି ଚାଳନା ପାଇଁ ଦୁର୍ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। […]
କଟକ : ପୁଣି ଦୁର୍ଘଟଣା ଘଟାଇଲା ମୋ ବସ । ଭୁବନେଶ୍ୱର ପରେ କଟକରେ ଦୁର୍ଘଟଣା ଘଟାଇଲା ମୋ ବସ । ପରିବା ବ୍ୟବସାୟୀଙ୍କ ଉପରେ ମାଡ଼ିଗଲା ମୋ ବସ୍। ଦୁର୍ଘଟଣାରେ ପରିବା ବ୍ୟବସାୟୀ ଜଣଙ୍କ ଆହତ ହୋଇଛନ୍ତି । କଟକ ଖାନନଗର ମଲାଚଣ୍ଡିଆ ଟ୍ରାଫିକ ଛକରେ ଏହି ଦୁର୍ଘଟଣା ଘଟିଛି। ଆହତ ପରିବା ବ୍ୟବସାୟୀ ଜଣଙ୍କ ହେଲେ ବିକାଶ ସ୍ୱାଇଁ(୨୫)। ଡ୍ରାଇଭରର ବେପରୁୱା ଗାଡ଼ି ଚାଳନା ପାଇଁ ଦୁର୍ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଡ୍ରାଇଭରକୁ ଥାନାକୁ ନେଇ ଅଟକ ରଖିଛି ପୋଲିସ।
ଆଜି ସକାଳେ ବିକାଶ ବଜାରରୁ ପରିବା ନେଇ ନିଜ ଲୁନାରେ ଘରକୁ ଫେରୁଥିଲେ। ଏହି ସମୟରେ ଖାନନଗର ମଲାଚଣ୍ଡିଆ ଟ୍ରାଫିକ ଛକରେ ‘ମୋ ବସ୍’ଟି ବିକାଶଙ୍କୁ ଧକ୍କା ଦେଇଥିଲା। ବିକାଶ ତଳେ ଛିଟିକି ପଡ଼ି ଯାଇଥିଲେ। ତାଙ୍କ ଗାଡ଼ିରେ ଥିବା ପରିବା ଚାରିଆଡେ ଛିନଛତ୍ର ହୋଇ ପଡ଼ି ଯାଇଥିଲା। ସେଠାରେ ଥିବା ଉପସ୍ଥିତ ଲୋକେ ବିକାଶଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ତିନି ଦିନ ତଳେ ଭୁବନେଶ୍ବର ନନ୍ଦନକାନନ ରାସ୍ତାରେ ମୋ ବସ୍ ଧକ୍କାରେ ୧୨ ବର୍ଷର ନାବାଳିକାର ମୃତ୍ୟୁ ଘଟିଥିଲା । ଆଉ ଏବେ ପୁଣି ଆଉ ଏକ ଦୁର୍ଘଟଣା ଘଟାଇଛି ମୋ ବସ । ତେବେ ମୋ ବସ ଡ୍ରାଇଭରଙ୍କ ବେପରୁୱା ଗାଡି ଚାଳନା ଯୋଗୁଁ ବାରମ୍ବାର ଏପରି ଦୁର୍ଘଟଣା ଘଟୁଥିବାରୁ ଜନ ଅସନ୍ତୋଷ ବଢୁଛି ।




