ବିକ୍ରି ଅଭିଯୋଗ ପରେ ଉଦ୍ଧାର ହେଲା ୯ ଦିନର ଶିଶୁ କନ୍ୟା
ରାୟଗଡା : ପୁଣି ଶିଶୁକନ୍ୟା ବିକ୍ରି ! ବଲାଙ୍ଗୀର ପରେ ରାୟଗଡାରେ ଶିଶୁକନ୍ୟାକୁ ବିକ୍ରି ଘଟଣା ସାମ୍ନାକୁ ଆସିଛି । ୯ ଦିନର ଶିଶୁକନ୍ୟାକୁ ଆନ୍ଧ୍ରପ୍ରଦେଶ ମାନ୍ୟମ ଜିଲ୍ଲାରୁ ଉଦ୍ଧାର କରିଛି CWC । ୨୦ ହଜାର ଟଙ୍କାରେ ଶିଶୁକୁ ବିକ୍ରି କରିଥିବା କହିଛନ୍ତି ଶିଶୁର ବାପା । ଏଭଳି ଏକ ହୃଦୟସ୍ପଶୀ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲାର ଚାନ୍ଦିଲି ଥାନା ଅଞ୍ଚଳରେ । ଶିଶୁ ସୁରକ୍ଷା ଅଧିକାର ଟିମ୍(ସିଡବ୍ଲ୍ୟୁସି) ହସ୍ତକ୍ଷେପ କରିବା ପରେ ଶିଶୁଟିକୁ […]
ରାୟଗଡା : ପୁଣି ଶିଶୁକନ୍ୟା ବିକ୍ରି ! ବଲାଙ୍ଗୀର ପରେ ରାୟଗଡାରେ ଶିଶୁକନ୍ୟାକୁ ବିକ୍ରି ଘଟଣା ସାମ୍ନାକୁ ଆସିଛି । ୯ ଦିନର ଶିଶୁକନ୍ୟାକୁ ଆନ୍ଧ୍ରପ୍ରଦେଶ ମାନ୍ୟମ ଜିଲ୍ଲାରୁ ଉଦ୍ଧାର କରିଛି CWC । ୨୦ ହଜାର ଟଙ୍କାରେ ଶିଶୁକୁ ବିକ୍ରି କରିଥିବା କହିଛନ୍ତି ଶିଶୁର ବାପା । ଏଭଳି ଏକ ହୃଦୟସ୍ପଶୀ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲାର ଚାନ୍ଦିଲି ଥାନା ଅଞ୍ଚଳରେ । ଶିଶୁ ସୁରକ୍ଷା ଅଧିକାର ଟିମ୍(ସିଡବ୍ଲ୍ୟୁସି) ହସ୍ତକ୍ଷେପ କରିବା ପରେ ଶିଶୁଟିକୁ ଉଦ୍ଧାର କରାଯାଇଛି । ଅଭିଯୋଗ ପରେ ଶିଶୁକୁ CWC କୁ ହସ୍ତାନ୍ତର କରିଛନ୍ତି ଆନ୍ଧ୍ର ଦମ୍ପତି ।
ଘଟନାନୁସାରେ,ରାୟଗଡା ଜିଲ୍ଲା ଚାନ୍ଦିଲି ଗାଁ ନୂଆପଡା ବସ୍ତିର ରାହୁଲ ଧାନବାଡ଼ିଙ୍କ ସ୍ତ୍ରୀ କୁମୁଦ ଗାଣ୍ଠା ଚଳିତ ମାସ ୩ ତାରିଖରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ପିଲାଟି ଜନ୍ମ ହେବାର ୯ ଦିନ ପରେ ନିଜର ନବଜାତ ଶିଶୁଟିକୁ ମାତ୍ର ୨୦ ହଜାର ଟଙ୍କାରେ ଆନ୍ଧ୍ରପ୍ରଦେଶ ମାନ୍ୟମ ଜିଲ୍ଲା ଅନ୍ତର୍ଗତ ପେଦାପେଙ୍କି ଗାଁର ନିସନ୍ତାନ ଦମ୍ପତିଙ୍କୁ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଥିଲା ।
ଏନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଟିମ୍ କୌଣସି ସୂତ୍ରରୁ ଖବର ପାଇଥିଲେ। ଗତକାଲି ନୂଆପଡା ବସ୍ତିରେ ପହଞ୍ଚି ଶିଶୁର ମା’ବାପାଙ୍କୁ ଜେରା କଲା ପରେ ଘଟଣାର ସତ୍ୟତା ଜଣାପଡିଥିଲା । ଉକ୍ତ ଦମ୍ପତିଙ୍କର ପୂର୍ବରୁ ଏକ ଶିଶୁକନ୍ୟା ଥିବାବେଳେ ୨ୟ ଶିଶୁ କନ୍ୟାଟିକୁ ଉପଯୁକ୍ତ ଲାଳନ ପାଳନ ପାଇଁ ଅନ୍ୟକୁ ଦେଇଥିବା ସ୍ୱୀକାର କରିଥିଲେ । ଶିଶୁ ସୁରକ୍ଷା ଆୟୋଗର ହସ୍ତକ୍ଷେପ ପରେ ଆଜି ଆନ୍ଧ୍ରର ଦମ୍ପତି ଶିଶୁଟିକୁ ସାଙ୍ଗରେ ଧରି ଶିଶୁ ସୁରକ୍ଷା ଆୟୋଗ ନିକଟରେ ହାଜର ହୋଇଛନ୍ତି । ଅନ୍ୟପକ୍ଷରେ ଏହି ଘଟଣାର ପ୍ରଶାସନିକ ତଦନ୍ତ ନିର୍ଦେଶ ପରେ ଆଜି ଚାନ୍ଦିଲି ଗାଁରେ ପହଞ୍ଚିଛନ୍ତି ରାୟଗଡା ଉପଜିଲ୍ଲାପାଳ ।
ସେହିପରି ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଆଁଝର ପଞ୍ଚାୟତ ଅନ୍ତର୍ଗତ ସାନଗୁର୍ଜିଭଟା ଗ୍ରାମର ଏକ ନବଜାତ ଶିଶୁକନ୍ୟାକୁ ବିକ୍ରି କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ପାଟଣାଗଡ଼଼ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ସାନଗୁର୍ଜିଭଟା ଗାଁକୁ ଯାଇ ଶିଶୁ କନ୍ୟାର ପରିବାର ଲୋକଙ୍କୁ ଭେଟିଛନ୍ତି। ଶିଶୁ କନ୍ୟାର ମା’ ଅରୁଣାବତୀ ନାଗଙ୍କୁ କନ୍ୟା ବିକ୍ରି ଘଟଣା ବିଷୟରେ ପଚାରିଥିଲେ। ମା’ ଅରୁଣାବତୀ କହିଥିଲେ ଯେ, ମୋର ୫ଟି ସନ୍ତାନ। ତେଣୁ ଏହି ଶିଶୁ କନ୍ୟାର ଲାଳନ ପାଳନ ପାଇଁ ସୁନାମୁଦି ସ୍ୱାସ୍ଥ୍ୟ ଉପକେନ୍ଦ୍ରର ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଜରିଆରେ ଆମର ଜଣେ ସମ୍ପର୍କୀୟଙ୍କୁ ଦେଇଛୁ ବୋଲି କହିଥିଲେ। ଶିଶୁ କନ୍ୟାର ମା’ ବାରମ୍ବାର ବୟାନ ବଦଳାଉଥିବାରୁ ଉପମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ନେଇ ୧୬୧ ବୟାନ ରେକର୍ଡ କରିବା ସହିତ ଦୋଷୀକୁ ଧରିବା ପାଇଁ ଉପସ୍ଥିତ ପ୍ରଶାସନିକ ଓ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେ.ଭି.ସିଂଦେଓ ।




