ବିଶ୍ରାମ ଗୃହରୁ ଉଦ୍ଧାର ହେଲା ୭ ଦିନର ଶିଶୁପୁତ୍ର

ପାରଳାଖେମୁଣ୍ଡି : ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର ହେଲା ୭ ଦିନର ଶିଶୁପୁତ୍ର I ଗଜପତି ଜିଲା ନୂଆଗଡ଼ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଥିବା ବିଶ୍ରାମ ଗୃହରୁ ୭ ଦିନର ଶିଶୁପୁତ୍ରକୁ ଉଦ୍ଧାର କରିଛି ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ। ସୂଚନାନୁଯାୟୀ, ଗତ ରବିବାର ସନ୍ଧ୍ୟାରେ ଶିଶୁଟିର କାନ୍ଦ ସ୍ଥାନୀୟ ଲୋକେ ଶୁଣିଥିଲେ I ଶିଶୁପୁତ୍ରଟି ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବା ପରେ ଜଣେ ବ୍ୟକ୍ତି ସିସିଡି ଜିଲା ସଂଯୋଜକ ବିଜୟ ପ୍ରଧାନଙ୍କୁ ଫୋନ କରିଥିଲେ। ଖବର ପାଇ […]

Samaya Live Picture
Published On

ପାରଳାଖେମୁଣ୍ଡି : ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର ହେଲା ୭ ଦିନର ଶିଶୁପୁତ୍ର I ଗଜପତି ଜିଲା ନୂଆଗଡ଼ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଥିବା ବିଶ୍ରାମ ଗୃହରୁ ୭ ଦିନର ଶିଶୁପୁତ୍ରକୁ ଉଦ୍ଧାର କରିଛି ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ।

ସୂଚନାନୁଯାୟୀ, ଗତ ରବିବାର ସନ୍ଧ୍ୟାରେ ଶିଶୁଟିର କାନ୍ଦ ସ୍ଥାନୀୟ ଲୋକେ ଶୁଣିଥିଲେ I ଶିଶୁପୁତ୍ରଟି ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବା ପରେ ଜଣେ ବ୍ୟକ୍ତି ସିସିଡି ଜିଲା ସଂଯୋଜକ ବିଜୟ ପ୍ରଧାନଙ୍କୁ ଫୋନ କରିଥିଲେ। ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ସିସିଡି କର୍ମଚାରୀ ଇନ୍ଦୁମତି ଦେବୀ, ସତନ୍ତ୍ର ପୋଷ୍ୟ ସନ୍ତାନ ଅନୁଷ୍ଠାନର ସୋସିଆଲ ଓ୍ବାର୍କର ସୁବାସିତ ସଓ୍ବାଲସିଂ,ଆୟା ବିଳାସିନୀ ତାଣ୍ଡି ପ୍ରମୁଖ ପହଞ୍ଚି ଶିଶୁପୁତ୍ରକୁ ଉଦ୍ଧାର କରିଛନ୍ତି। ଶିଶୁଟିକୁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଛି I

Tags: